ଓଡିଶା

odisha

ETV Bharat / state

ସମ୍ବଲପୁରରେ ବିଜେପିର ଚାଷୀ ଅଧିକାର ରାଲି, ଆରଡିସି ଅଫିସ ଘେରାଉ - ସମାବେଶ

ବିଜେପି ପକ୍ଷରୁ ଆୟୋଜିତ ହୋଇଛି ବିଶାଳ ଚାଷୀ ଅଧିକାର ରାଲିରେ ପ୍ରଥମେ ସମ୍ବଲପୁର ପିଏଚଡି ପଡ଼ିଆରେ ଏକ ସମାବେଶ ହୋଇଛି। ସମାବେଶରେ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷିନୀତିକୁ ଚାଷୀ ବିରୋଧୀ ବୋଲି କହିଛନ୍ତି।

ଆରଡିସି ଅଫିସ ଘେରାଉ କରିବ ବିଜେପି
ଆରଡିସି ଅଫିସ ଘେରାଉ କରିବ ବିଜେପି

By

Published : Jan 21, 2021, 3:09 PM IST

ସମ୍ବଲପୁର:ଚାଷୀଙ୍କ ପାଇଁ ସମ୍ବଲପୁରରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ବିଶାଳ ଚାଷୀ ଅଧିକାର ରାଲି । ମଣ୍ଡିରେ ଭିତ୍ତିଭୂମିର ଅବ୍ୟବସ୍ଥା, ଟୋକନ ଅବ୍ୟବସ୍ଥା, କଟନୀ ଛଟନୀ , ମିଲର ରାଜ ବିରୁଦ୍ଧରେ ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ବିଶାଳ ଚାଷୀ ଅଧିକାର ରାଲି ଅନୁଷ୍ଠିତ ହୋଇଛି।

ଆରଡିସି ଅଫିସ ଘେରାଉ କରିବ ବିଜେପି

ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର 5ଟି ସଂସଦୀୟ କ୍ଷେତ୍ର ଓ 37ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ, ବିଧାୟକ, ନେତା,କାର୍ଯ୍ୟକର୍ତ୍ତା ସହ 40 ହଜାର ଚାଷୀ ସାମିଲ ହୋଇଛନ୍ତି। ଏହାସହ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସି ପ୍ରମୁଖ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବଲପୁର ପିଏଚଡି ପଡ଼ିଆରେ ଏକ ସମାବେଶ ହୋଇଛି। ସମାବେଶରେ ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷିନୀତିକୁ ଚାଷୀ ବିରୋଧୀ ବୋଲି କହିଛନ୍ତି। ପରେ ଏକ ବିଶାଳ ରାଲି ସମ୍ବଲପୁର ପିଏଚଡି ପଡ଼ିଆରୁ ସହର ମଧ୍ୟ ଦେଇ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି।

ଏହାସହ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଘେରାଉ କାର୍ଯ୍ୟକ୍ରମ ରହିଛି। ଚାଷୀଙ୍କୁ ହକ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପର୍ଯ୍ୟାୟକ୍ରମେ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details