ଓଡିଶା

odisha

ଓଡିଶାରେ ବିଜେପି ସରକାର ଗଠନ ହେବ: ଅରୁଣ ସିଂହ

ଏଥର ନିର୍ବାଚନରେ ସମସ୍ତ ଲୋକସଭା ଆସନ ସହ 120 ବିଧାନସଭା ଆସନରେ ବିଜୟୀ ହେବ ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂହ ।

By

Published : Apr 2, 2019, 10:41 PM IST

Published : Apr 2, 2019, 10:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ସମ୍ବଲପୁର: ନିର୍ବାଚନ ପୂର୍ବରୁ ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂହଙ୍କ ଦୃଢୋକ୍ତି । 2019 ନିର୍ବାଚନରେ ବିଜେପି ସମସ୍ତ ଲୋକସଭା ଆସନ ସହ 120 ବିଧାନସଭା ଆସନରେ ବିଜୟୀ ହେବ ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ । ସମ୍ବଲପୁର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ସିଂହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ଅବସରରେ ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି । ପୋଲିସ ଏବଂ ପ୍ରଶାସନ ବଳ ପ୍ରୟୋଗ କରି ବିଜେପି କର୍ମୀ ଏବଂ ନେତାଙ୍କୁ ହଇରାଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନର କିଛି ସାଂସଦ ଏବଂ 35 ଜଣ ପୂର୍ବତନ ବିଧାୟକ ଓ ସାଂସଦ ବିଜେଡି ଛାଡି ବିଜେପିରେ ମିଶିଥିବାରୁ ଦଳର ସ୍ଥିତି ଦୃଢ଼ ହୋଇଛି ବୋଲି ଏହି ଅବସରରେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details