ଓଡିଶା

odisha

ETV Bharat / state

ଦଶମ ଦିନରେ ଚାଷୀ ଅନଶନ, ସମର୍ଥନରେ ସମ୍ବଲପୁର ଓ ରେଙ୍ଗାଲୀ ବିଧାୟକ - ସପକ୍ଷରେ ସମ୍ବଲପୁର ଓ ରେଙ୍ଗାଲୀ ବିଧାୟକ

ସମ୍ବଲପୁରରେ ଜାରି ରହିଥିବା ଚାଷୀ ଅନଶନ ଦଶମ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନକୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ସମର୍ଥନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Oct 31, 2019, 11:38 PM IST

ସମ୍ବଲପୁର: ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚାଲିଥିବା ଚାଷୀ ଅନଶନ ଦଶମ ଦିନରେ ପହଞ୍ଚିଛି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କ ଦାବି ପୂରଣ ନେଇ କୌଣସି ଆଲୋଚନା କରାଯାଇନାହିଁ। ତେବେ ଏଭଳି ପରିସ୍ଥିତିରେ ଆଜି ସମ୍ବଲପୁର ଓ ରେଙ୍ଗାଲୀର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାଏକ ଖୋଲା ଖୋଲି ଭାବେ ଚାଷୀଙ୍କ ସମର୍ଥନ କରି ଅନଶନ ସ୍ଥଳରେ ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ସମ୍ବଲପୁରରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି। ଅନ୍ୟ ପକ୍ଷରେ ରେଙ୍ଗାଲି ବିଜେପି ବିଧାୟକ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜିଲ୍ଲାରେ ଚାଷୀଙ୍କ ବୀମା ରାଶି ଦେଉନଥିବା କମ୍ପାନୀ ଉପରେ ରାଜ୍ୟ ସରକାର ଚାପ ପ୍ରୟୋଗ କରୁ ନାହାନ୍ତି ସେ ଅଭିଯୋଗ କରିଛନ୍ତି । ଫଳରେ ଚାଷୀ ବିଗତ ଥରର ପ୍ରାୟ 160 କୋଟି ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ନାଉରୀ ନାଏକ କହିଛନ୍ତି।


ଅନ୍ୟପଟେ ଏହି ଆନ୍ଦୋଳନରତ ଚାଷୀମାନେ କେନ୍ଦ୍ର ବିଜେପି ସରକାରଙ୍କ ଆରସିଇପି ଟ୍ରେଡ଼ ଏଗ୍ରିମେଣ୍ଟକୁ ବିରୋଧ କରୁଥିବା ବେଳେ ସ୍ଥାନୀୟ ନେତା ଭାବେ ଚାଷୀଙ୍କୁ ସମର୍ଥନ କରିବେ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details