ସମ୍ବଲପୁର:ପଞ୍ଚାୟତ ନିର୍ବାଚନ ନେଇ ସରଗରମ ସମ୍ବଲପୁର ଜିଲ୍ଲା । ସହର ଠୁ ଆରମ୍ଭ କରି ଗାଁ ଗୁଡିକରେ ସବୁଠି ନିର୍ବାଚନୀ ଚର୍ଚ୍ଚା । ଜିଲ୍ଲା ପରିଷଦ ଆସନ ଉପରେ ଏବେ ପ୍ରତ୍ୟେକ ଦଳର ନଜର ରହିଥିବା ବେଳେ ଗତଥର 18 ଟି ଆସନରୁ 13 ଟିରେ ବିଜୟୀ ହୋଇଥିଲା ବିଜେପି । ତେବେ ଚଳିତ ଥର ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କୁଚିଣ୍ଡା ପୂର୍ବତନ ବିଜେପି ବିଧାୟକ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ।
କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 6 ଟି ଜିଲ୍ଲା ପରିଷଦ ସିଟ ଥିବା ବେଳେ ଗତ ଥର ବିଜେପି 5 ଟିରେ ବିଜୟୀ ହୋଇଥିଲା । କିନ୍ତୁ ଚଳିତ ଥର ଦଳ ୬ଟି ଆସନରେ ବିଜୟୀ ହେବ । ଏଥି ସହ ଜିଲ୍ଲାର ମୋଟ 18 ଟି ଆସନରୁ 14 ଟି ରେ ବିଜେପି ବିଜୟୀ ହେବ ବୋଲି କହିଛନ୍ତି ରବି ନାଏକ। ଅନ୍ୟପଟେ ସ୍ଥାନୀୟ ରାଜନୀତି ବିଶ୍ଳେଷଣଙ୍କ ଅନୁସାରେ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ବିଜେପି ର ସ୍ଥିତି ଭଲ ଅଛି। ଏଥର 6 ଟି ରୁ ବିଜେପି 4 ଅଥବା 5 ଟି ସିଟ ନେଇପାରେ ବୋଲି କହିଛନ୍ତି ସ୍ଥାନୀୟ ରାଜନୀତି ବିଶ୍ଳେଷକ ।