ସମ୍ବଲପୁର :ସାରା ରାଜ୍ୟରେବିଜୁ ଜନତା ଦଳ ସୋମବାର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ସମୟରେ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ପାଳନ କରାଯାଇଛି । ରାଜ୍ୟ ବିଜେଡି ସରକାର ବିରୋଧରେ ସତ୍ୟାଗ୍ରହ କରିଛି ବିଜେପି ।
ବିଜେଡି ସରକାରଙ୍କ ୨୬ ବର୍ଷର ଶାସନ କାଳରେ ବିଭିନ୍ନ ପ୍ରସଙ୍ଗରେ ବିଫଳତା, ରାଜ୍ୟରେ ରାଜନୈତିକ ଅପରାଧ ବୃଦ୍ଧି ହୋଇ ଚରମ ସୀମାରେ ପହଞ୍ଚିବା, ନାରୀ ନିର୍ଯାତନା ଭଳି ଅପରାଧ ବୃଦ୍ଧି, ଶିଶୁ ଅପହରଣ, ହତ୍ୟା, ନିଖୋଜ, ନିଶା କାରାବାର ବୃଦ୍ଧି, ଗୋହତ୍ୟା, ଗୋଚାଲାଣ, ଦୁର୍ନୀତି ଆଦି ଅପରାଧ ବଢି ଚାଲିଛି । ଏଭଳି ଅଭିଯୋଗ କରି ସମ୍ବଲପୁର ଗୋଲବଜାର ଛକରେ ବିଜେପି ସତ୍ୟାଗ୍ରହ କରିଛି ।
ଏହାସହ ଶାସକ ଦଳ ବିଧାୟକ ଓ ମନ୍ତ୍ରୀମାନେ ସବୁ ପ୍ରକାର ଅପରାଧରେ ଜଡିତ ରହିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି, ଆଇନଜୀବୀଙ୍କୁ ଜେଲ୍ରେ ପୁରାଇବା ବିରୋଧ କରିଛି ବିଜେପି । ଏଭଳି ଅଭିଯୋଗ ନେଇ ଆଜି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ସତ୍ୟାଗ୍ରହ କରାଯାଇଛି । ଗୋଲ ବଜାର ଛକସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି ।
ଏହି ସତ୍ୟାଗ୍ରହରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବରିଷ୍ଠ ନେତା ଅନୀଲ ବେହେରା, ସମୀର ରଞ୍ଜନ ବାବୁଙ୍କ ସହ ବହୁ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ରାଜନୀତିର ଅପରାଧୀକରଣରେ ଅନେକ ବିଜେଡ଼ିର ମନ୍ତ୍ରୀ ଓ ବିଧାୟକମାନେ ସମ୍ପୃକ୍ତ ଅଛନ୍ତି ।