ଓଡିଶା

odisha

ETV Bharat / state

ସମ୍ବଲପୁର ମାନେଶ୍ବର ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେପି - ସମ୍ବଲପୁର ବିଜେପି

ସମ୍ବଲପୁର ମାନେଶ୍ବର ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ଏହି ଅଞ୍ଚଳରେ ରହୁଥିବା ଗରିବ ଜମିହୀନ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଘର ପଟ୍ଟା ମିଳିନଥିବାରୁ ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁନଥିବା ଅଭିଯୋଗ କରି ରେଙ୍ଗାଲୀ ବିଧାୟକ ନାଉରୀ ନାୟକଙ୍କ ନେତୃତ୍ବରେ ସ୍ଥାନୀୟ ଲୋକଙ୍କୁ ନେଇ ବ୍ଲକ ଘେରାଉ କରାଯାଇଥିଲା । ଅଧିକ ପଢ଼ନ୍ତୁ

ସମ୍ବଲପୁର ମାନେଶ୍ବର ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେପି
ସମ୍ବଲପୁର ମାନେଶ୍ବର ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେପି

By

Published : Jun 29, 2022, 7:35 AM IST

ସମ୍ବଲପୁର: ଗରିବ ଜମିହୀନ ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବିଜେପିର ମାନେଶ୍ବର ତହସିଲ କାର୍ଯ୍ୟାଳୟ ଘେରାଉ । ୨୦୧୩ ମସିହାରେ ସମ୍ବଲପୁର ସହରକୁ ମହାନଗର ନିଗମ ଘୋଷଣା କରାଯିବା ସମୟରେ ମାନେଶ୍ବର ବ୍ଲକର ୫ଟି ଗ୍ରାମପଞ୍ଚାୟତକୁ ସମ୍ବଲପୁର ମହାନଗର ନିଗମରେ ମିଶ୍ରଣ କରାଯାଇଥିଲା । ଏହି ଅଞ୍ଚଳରେ ରହୁଥିବା ଗରିବ ଜମିହୀନ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଘର ପଟ୍ଟା ମିଳିନଥିବାରୁ ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ ଆଜି ରେଙ୍ଗାଲୀ ବିଧାୟକ ନାଉରୀ ନାୟକଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନେଇ ବ୍ଲକ ଘେରାଉ କରାଯାଇଥିଲା ।

ତେବେ ମହାନଗର ନିଗମରେ ମିଶିଥିବା ଏହି ପଞ୍ଚାୟତବାସୀ ଦୀର୍ଘ ୯ ବର୍ଷ ପରେ ମଧ୍ୟ ମହାନଗର ନିଗମ ସୁବିଧା ପାଉନଥିବା ଅଭିଯୋଗ ହେଉଛି । ଅନେକ ସମସ୍ୟା ଘେରରେ ରହିଥିବା ସମ୍ବଲପୁର ମହାନଗର ନିଗମରେ ଏକ ଅଦ୍ଭୁତ ସମସ୍ୟାରେ ଛନ୍ଦି ହୋଇଛନ୍ତି ଏଥିରେ ନୂତନ ଭାବେ ସାମିଲ ହୋଇଥିବା ପଞ୍ଚାୟତବାସୀ । ମହାନଗର ନିଗମରେ ଯୋଡି ହୋଇଥିବା ପଞ୍ଚାୟତ ବାସୀ ପୌର ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ ରହିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶ ପରେ ଏମାନେ ବ୍ଲକ କିମ୍ବା ପୌରାଞ୍ଚଳ ସୁବିଧା ପାଉନଥିବା ବିଜେପି ଅଭିଯୋଗ ଆଣିଛି । ଏହାକୁ ନେଇ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ କଲାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଦଳ କହିଛି ।

ଏଭଳି ଭାବେ ଏହି ଲୋକ ମାନେ ମହାନଗର ନିଗମ ଅଞ୍ଚଳବାସୀ ହୋଇ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ପାଉନଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଥିବା ବେଳେ ଏମାନଙ୍କ ଘରଡିହ ପଟ୍ଟା ନଥିବାରୁ ଏମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟତଃ ମାନେଶ୍ବର ବ୍ଲକ ଅନ୍ତର୍ଗତ ମାନେଶ୍ବର, ଗୁଣ୍ଡେରପୁର, ମଠପାଲି, ସିନ୍ଦୁରପଙ୍କ, ଠେମରା ଆଦି ଗ୍ରାମପଞ୍ଚାୟତର ଗରିବ ଜମିହୀନ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଏନେଇ ଆଜି ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆଜି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ଦେଇଥିଲେ ଓ ସ୍ଥାୟୀ ପଟ୍ଟା ଦାବି କରିଥିଲେ । ଦୀର୍ଘ ସମୟ ପରେ ମାନେଶ୍ବର ତହସିଲଦାର ଶ୍ରୀଯୁକ୍ତ ଅଜୟ ତିୱାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତେ ଆନ୍ଦୋଳନରୁ ଓହରିଥିଲେ । ଆଜିର ଆନ୍ଦୋଳନ ରେ ଅନ୍ୟ ମାନଙ୍କ ମଧ୍ୟ ରେ ମାନେଶ୍ୱର ବ୍ଲକ ଅଧକ୍ଷା ଶ୍ରୀମତୀ ରୁକ୍ମିଣୀ ମହାନନ୍ଦ, ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସହ ପ୍ରମୁଖ ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details