ଓଡିଶା

odisha

ETV Bharat / state

ସମ୍ବଲପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, କମିଶନରଙ୍କୁ ଘେରିଲା ଜିଲ୍ଲା ବିଜେପି - ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେପି

ସହରର ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ଜିଲ୍ଲା ବିଜେପି । ଏନେଇ ଗତକାଲି ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାନଗର ନିଗମର କମିଶନରଙ୍କୁ ଭେଟି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସୁଧାରିବାକୁ ଅଭିଯୋଗ କରିଛି । ଅଧିକ ପଢନ୍ତୁ

sanitation problem
sanitation problem

By

Published : Jun 6, 2023, 9:11 AM IST

sanitation problem

ସମ୍ବଲପୁର:ସହରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏନେଇ ପୂର୍ବରୁ ଅନେକ ଅଭିଯୋଗ ଓ ଚେତାବନୀ ଦେଇଥିଲେ ମଧ୍ୟ ମହାନଗର ନିଗମ ଏହା ଉପରେ ଦୃଷ୍ଟି ନଦେବାରୁ ଗତକାଲି ଜିଲ୍ଲା ବିଜେପି ଏନେଇ କମିଶନରଙ୍କ ସହ ଆଲୋଚନା କରିଛି । ପ୍ରତ୍ୟେକ ଦିନ ସମ୍ବଲପୁର ମହାନଗର ନିଗମର 41 ୱାର୍ଡରେ ସକାଳୁ ଶହଶହ ଆବର୍ଜନା ବୁହା ଗାଡ଼ି ବୁଲୁଥିବା ବେଳେ ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡି ରହୁଥିବା ବିଜେପି ଅଭିଯୋଗ କରିଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ଏହା ଦ୍ୱାରା ଡ୍ରେନେଜ ସମସ୍ୟା ଉପୁଜିପାରେ ଓ ବିଭିନ୍ନ ରୋଗ ବ୍ୟାପି ପାରେ ବୋଲି ବିଜେପି ଅଭିଯୋଗ କରିବା ସହ କେତେକ ପ୍ରସ୍ତାବ ଦେଇଛି ।

ସେହି ପ୍ରସ୍ତାବଗୁଡିକ ହେଲା, ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରତ୍ୟେକ ୱାର୍ଡରେ ୱାର୍ଡ କମିଟି ଗଠନ, ସ୍ଥାନୀୟ ସଚେତନକୁ ନେଇ ଲୋକଙ୍କଠାରୁ ସଫେଇ କର୍ମଚାରୀଙ୍କ ପ୍ରତ୍ୟେକ ଦିନର କାମ ବାବଦରେ ଫିଡ୍‌ବ୍ୟାକ ସାଇନ୍‌ ନିଆଯାଉ । ସେହିପରି ଲିଫଲେଟ ଅଥବା ବୋର୍ଡ ପ୍ରସ୍ତୁତ କରି ପ୍ରତ୍ୟେକ ୱାର୍ଡରେ ଲଗାଯାଉ ଯେଉଁଥିରେ ସ୍ଥାନୀୟ ସଫେଇ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଥିବ । ଅନ୍ୟପଟେ ଏକ ଏମେର୍ଜେନ୍ସି କାଉଣ୍ଟର ଖୋଲାଯାଉ ଯେଉଁଠି ଆବର୍ଜନା ବୁହା ଗାଡିର ସମ୍ପୂର୍ଣ୍ଣ ତଥ୍ୟ, ସ୍ଥାନୀୟ ସଫେଇ କର୍ମଚାରୀଙ୍କ ସୂଚନା, ୱାର୍ଡ ଅଫିସରଙ୍କ ବାବଦରେ ସୂଚନା ଦେବାକୁ ବିଜେପି ପ୍ରସ୍ତାବ ଦେଇଛି ।

ଅନ୍ୟପଟେ ଏନେଇ ସମ୍ବଲପୁର ମହାନଗର ନିଗମର କମିଶନର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି, ଆଗକୁ ପ୍ରତ୍ୟେକ ଘର ସିଧାସଳଖ ଆବର୍ଜନା ବୁହା ଗାଡିକୁ ଆବର୍ଜନା ଦେବାକୁ ଲୋକଙ୍କୁ ସଚେତନ କରାଯାଉଛି । ପ୍ରତ୍ୟେକ ଘରୁ ଅଳିଆ ଏଣେତେଣେ ପଡିଲେ ଅଥବା ଡ଼ମ୍ପିଂ ପଡିଲେ ପରିବେଶ ଦୂଷିତ ହେବା ସହ ଅଧିକ ସଫେଇ କର୍ମଚାରୀ ଓ ଗାଡ଼ି ଦରକାର ପଡୁଛି । ତେଣୁ ଆଗକୁ ପ୍ରତ୍ୟେକ ଘରୁ ଅଳିଆ ଆବର୍ଜନା ଗାଡି ଜରିଆରେ ସିଧା ସଳକ ୱେଲଥ ସେଣ୍ଟରକୁ ପଠାଯିବ ବୋଲି କମିଶନର କହିଛନ୍ତି । ଆଗକୁ ଡ଼ମ୍ପିଂ ୟାର୍ଡ଼ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଠାଯିବ ବୋଲି କମିଶନର କହିଛନ୍ତି । ତେବେ ଏହି ସମସ୍ୟାକୁ ଗୁରୁତର ସହ ନନେଲେ ଆଗକୁ ଜିଲ୍ଲା ବିଜେପି ଆନ୍ଦୋଳନ କରିବ ବୋଲି କହିଛି । ତେବେ ଏନେଇ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସହ ବିଜେପି ନେତା କର୍ନେଲ ପ୍ରଭାତ ପଣ୍ଡା, ଯୁବ ନେତା କାହ୍ନୁ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details