ଓଡିଶା

odisha

By

Published : Aug 3, 2021, 11:34 AM IST

ETV Bharat / state

ବୁର୍ଲା ମେଡ଼ିକାଲକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର, ବିଜେପିର ଗଣଧାରଣା

ବୁର୍ଲା ମେଡ଼ିକାଲ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ବୁର୍ଲାରେ ବିଜେପିର ଆନ୍ଦୋଳନ। । ଅଧିକ ପଢନ୍ତୁ...

ବୁର୍ଲା  ମେଡ଼ିକାଲକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର,  ବିଜେପିର ଗଣଧାରଣା
ବୁର୍ଲା ମେଡ଼ିକାଲକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର, ବିଜେପିର ଗଣଧାରଣା

ସମ୍ବଲପୁର: ବୁର୍ଲା ଭୀମସାର ମେଡ଼ିକାଲକୁ ଚରମ ଅବହେଳା । ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରିଛି ବିଜେପି। ପଶ୍ଚିମାଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଭୀମସାରରେ ଯଥାଶୀଘ୍ର ଇକମୋ ମେସିନ ଲଗାଇବା ଓ ଅନ୍ୟାନ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଜନିତ ସମସ୍ୟା ଗୁଡିକର ଶୀଘ୍ର ସ୍ଥାୟୀ ସମାଧାନ ଦାବିରେ ବିଜେପି ପକ୍ଷରୁ ଗତକାଲି ସ୍ଥାନୀୟ ବୁର୍ଲା ଦିନଦାୟଲ ଉପାଧ୍ୟାୟ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ଗଣଧାରଣା ଦେଇଥିଲା ବିଜେପି । ଏଥି ସହ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ବୁର୍ଲା ମେଡ଼ିକାଲକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର, ବିଜେପିର ଗଣଧାରଣା

ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସଭାପତିତ୍ୱରେ ବିଜେପି ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉତ୍ତରାଞ୍ଚଲ RDC ଙ୍କ ଜରିଆରେ ଦିଆଯାଉଥିବା ଦାବିପତ୍ରକୁ ଭୀମସାର ନିର୍ଦ୍ଦେଶକ ଡ଼ ଲଳିତ ମେହେରଙ୍କୁ ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନ ରେ ପଶ୍ଚିମାଞ୍ଚଳର ୧୦ ଟି ଜିଲ୍ଲାର ସମସ୍ତ ବିଧାୟକ, ବିଧାୟକ ପ୍ରାର୍ଥୀ, ନିର୍ବାଚିତ ପ୍ରତିନିଧି, ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details