ଓଡିଶା

odisha

ETV Bharat / state

ନୂତନ କୃଷି ଆଇନ ନେଇ ସମ୍ବଲପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ - BJP press conference in Sambalpur

ସମ୍ବଲପୁର ଠାରେ ରାଜ୍ୟ ବିଜେପି କୄଷକ ମୋର୍ଚ୍ଚା ସଭାପତି ରବି ନାଏକ ଏକ ସାମ୍ବାଦିକ ସମ୍ବିଳନୀରେ କେନ୍ଦ୍ର କୄଷି ଆଇନର ବିଭିନ୍ନ ଦିଗ ନେଇ ସୂଚନା ଦେବା ସହ ବିରୋଧୀ ଦଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ କୄଷି ଆଇନ ବିରୋଧରେ ଅପପ୍ରଚାର କରୁଥିବା କୁହାଯାଇଛି ।

ସମ୍ବଲପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ
ସମ୍ବଲପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

By

Published : Oct 29, 2020, 5:59 PM IST

Updated : Oct 29, 2020, 8:01 PM IST

ସମ୍ବଲପୁର: କୃଷି ଆଇନକୁ ନେଇ ସମ୍ବଲପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଥିବା ନୂତନ କୄଷି ଆଇନ-୨୦୨୦, ଦେଶରେ କୄଷକମାନଙ୍କ ହିତ ପାଇଁ ନିଆଯାଇଥିବା ଏକ ବୈପ୍ଳବିକ ପଦକ୍ଷେପ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି ।

ସମ୍ବଲପୁର ଠାରେ ରାଜ୍ୟ ବିଜେପି କୄଷକ ମୋର୍ଚ୍ଚା ସଭାପତି ରବି ନାଏକ ଏକ ସାମ୍ବାଦିକ ସମ୍ବିଳନିରେ କେନ୍ଦ୍ର କୄଷି ଆଇନର ବିଭିନ୍ନ ଦିଗ ନେଇ ସୂଚନା ଦେବା ସହ ବିରୋଧୀ ଦଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ କୄଷି ଆଇନ ବିରୋଧରେ ଅପପ୍ରଚାର କରୁଥିବା କୁହାଯାଇଛି ।

ବିଜେପି କୄଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଏହି ନୂଆ କାଯ୍ୟକାରୀ ହୋଇଥିବା ନୂତନ କୄଷିଆଇନ ପରେ ଚାଷୀ ବେଶ ସୁବିଧା ପାଇପାରିବେ । କେନ୍ଦ୍ର ସରକାର ଧାନର ସହାୟକ ମୁଲ୍ୟ ବୃଦ୍ଧି କରିବା ସହ ପଯ୍ୟାପ୍ତ ଜଳସେଚନ ପାଇଁ ସିଚାଇ ଯୋଜନାରେ ସୁବନ୍ଦୋବସ୍ତ କରିଛନ୍ତି ।

ସମ୍ବଲପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଏହି ନୂତନ କୄଷି ଆଇନ କାର୍ଯ୍ୟକାରୀ ପରେ ସାରା ଦେଶରେ କୄଷକମାନଙ୍କ ଉତ୍ପାଦିତ ମୂଲ୍ୟକୁ ନିଶ୍ଚିତ କରାଯାଇଛି । ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ଯେକୌଣସି ବଜାରରେ ବିକ୍ରି କରିପାରିବ । ଚାଷୀ ମାନେ ନିଜ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଙ୍ଗ ପାଇଁ ସ୍ବାଧିନତା ପାଇବା ସହ ଏମଏସପି ବ୍ୟବସ୍ଥା ଯୋଗୁଁ ଚାଷୀ ନିଜ ଫସଲର ଅଧିକ ମୂଲ୍ୟ ପାଇପାରିବେ ।

ଅପରପକ୍ଷରେ ଓଡିଶା ରାଜ୍ୟ ସରକାର କୄଷି ବିଲକୁ ବିରୋଧ କରି କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ସ୍ବାର୍ଥ ବିରୋଧୀ କାମ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।ଏଥିସହ ଅନଲାଇନରେ ଧାନ ସଂଗ୍ରହ କରାଯିବାର ରାଜ୍ୟ ସରକାର ଘୋଷଣା କରିଥିଲେ ବି ଏହି ବ୍ୟବସ୍ଥା ଲାଗୁ ପାଇଁ ସରକାରୀ ସ୍ତରରେ କୌଣସି ସଠିକ ଯୋଜନା ପ୍ରସ୍ତୁତି କରାଯାଇ ନଥିବା ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 29, 2020, 8:01 PM IST

ABOUT THE AUTHOR

...view details