ଓଡିଶା

odisha

ETV Bharat / state

ପୁଣି ତେଜିଲା ମମିତା ମାମଲା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି - ପୁଣି ତେଜିଲା ମମିତା ମାମଲା

ସମ୍ବଲପୁର ଗସ୍ତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମମିତା ମେହେର ହତ୍ଯା ମାମଲାକୁ ୧୨୦ ଦିନ ବିତି ଯାଇଥିଲେ ମଧ୍ୟ ସରକାର କାହିଁକି ଦାଗି ନେତାଙ୍କୁ ଗିରଫ କରାଇନାହାନ୍ତି ବୋଲି ପ୍ରଶ୍ନ କଲେ । ଅଧିକ ପଢନ୍ତୁ

ପୁଣି ତେଜିଲା ମମିତା ମାମଲା, ରାଜ୍ୟ ସରକାରଙ୍କ ଉପରେ ବର୍ଶିଲା ବିଜେପି
ପୁଣି ତେଜିଲା ମମିତା ମାମଲା, ରାଜ୍ୟ ସରକାରଙ୍କ ଉପରେ ବର୍ଶିଲା ବିଜେପି

By

Published : Feb 8, 2022, 5:21 PM IST

ସମ୍ବଲପୁର: ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଆଜି(ମଙ୍ଗଳବାର) ବିଜେପି ସଭାପତି ସମ୍ବଲପୁର ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ସମେତ ମହିଳା ଓ ଶିଶୁ ସୁରକ୍ଷା ଏବଂ କୃଷି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ସମୀର ମହାନ୍ତି ।


ସେ କହିଛନ୍ତି ଯେ, ରାଜ୍ୟରେ ମହିଳା ଶିଶୁ ସୁରକ୍ଷିତ ନାହନ୍ତି । ମମିତା ମେହେର ଓ ପରି ଘଟଣା ଏହାକୁ ପ୍ରମାଣିତ କରୁଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାବେଳେ ରାଜ୍ୟ ମୁଖିଆ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କାହିଁକି ବୋଲି ସମୀର ପ୍ରଶ୍ନ କରିଛନ୍ତି । ଏହା ସହ ରାଜ୍ୟରେ କୃଷକମାନେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ ସମସ୍ୟା ନେଇ ଗତି କରୁ ଥିବାବେଳେ ରାଜ୍ୟ ସରକାର କଣ ପାଇଁ ଚୁପ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୁଣି ତେଜିଲା ମମିତା ମାମଲା, ରାଜ୍ୟ ସରକାରଙ୍କ ଉପରେ ବର୍ଶିଲା ବିଜେପି

ଏହା ମଧ୍ୟ ପଢନ୍ତୁ:- Mamita Meher: ବିତିଲାଣି ୪ ମାସ, ନ୍ୟାୟ ଦାବିରେ ନବୀନ ନିବାସ ଘେରିଲା BJP

ଅନ୍ୟପଟେ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି, ଭତ୍ତା, ପାନୀୟ ଜଳ ଆଦି ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ବିଜେପି ପଞ୍ଚାୟତ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି । ଏହାସହ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି 18 ଟି ଜିଲ୍ଲା ପରିଷଦ ସିଟରୁ 13 ରୁ ଊର୍ଦ୍ଧ୍ବ ସିଟ ହାତେଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସମୀର ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details