ଓଡିଶା

odisha

ETV Bharat / state

ମମିତା ମର୍ଡର ମିଷ୍ଟ୍ରି, ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ - ସମ୍ବଲପୁର ବନ୍ଦ

ମମିତା ମେହେର ହତ୍ୟା ମାମଲାରେ ତାଙ୍କ ପରିବାରକୁ 50 ଲକ୍ଷ କ୍ଷତିପୂରଣ, ସିବିଆଇ ତଦନ୍ତ, ମନ୍ତ୍ରୀଙ୍କ ଇସ୍ତଫା ସହ ବିଭିନ୍ନ ଦାବି ନେଇ ଆଜି ବିଜେପିର ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟା ମାମଲା: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ
ମମିତା ମେହେର ହତ୍ୟା ମାମଲା: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

By

Published : Oct 26, 2021, 9:00 AM IST

Updated : Oct 26, 2021, 11:07 AM IST

ସମ୍ବଲପୁର:ଆଜି(ମଙ୍ଗଳବାର) ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ।ଶିକ୍ଷୟିତ୍ରୀମମିତା ମେହେର ମର୍ଡର ମିଷ୍ଟ୍ରିର ତୁରନ୍ତ ନ୍ୟାୟ ଦାବି ନେଇ ବିଜେପି ସମ୍ବଲପୁର ବନ୍ଦ ଡାକରା ଦେଇଛି ।

ବିଭିନ୍ନ ଦାବି ନେଇ ବିଜେପି ବନ୍ଦ ଡାକରା ଦେଇଥିବା ଜଣାପଡିଛି । ମମିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସାଙ୍ଗକୁ ମାମଲାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଜେପି । ଏଥିସହ ମମିତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ମଧ୍ୟ ଦାବି କରିଛି ।

ମମିତା ମର୍ଡର ମିଷ୍ଟ୍ରି, ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ତେବେ ସକାଳୁ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ରହିବ । ଏହାର ପ୍ରଭାବରେ ଆଜି ସମ୍ବଲପୁର ସହରରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ ଅଫିସ, କୋର୍ଟ କଚେରୀ ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ମୁଖ୍ୟତଃ ଆଜି ହେବାକୁ ଥିବା ପରୀକ୍ଷାଗୁଡିକ ପାଇଁ ଛାତ୍ରଛାତ୍ରୀଙ୍କୁ ବନ୍ଦରୁ କୋହଳ କରାଯାଇଛି ।

ତେବେ ମମିତା ମେହେର ହତ୍ୟା ନେଇ ପ୍ରତିଦିନ ରାଜନୈତିକ ଦଳ ହେଉ କିମ୍ବା ସାମାଜିକ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ତେଜୁଛି । ଆଜି କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ନବୀନ ନିବାସ ଘେରିବାକୁ ସଜବାଜ ହେଉଥିବାବେଳେ ବିଜେପି ରାଜ୍ୟର ବିଭିନ୍ନ ଏସପି ଅଫିସ ଘେରାଉ କରୁଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 26, 2021, 11:07 AM IST

ABOUT THE AUTHOR

...view details