ସମ୍ବଲପୁର: ପଶ୍ଚିମ ଓଡିଶାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ସ୍ବାସ୍ଥ୍ୟ ସେବା ଅନେକ ସମସ୍ୟା ଦଇ ଗତି କରୁଛି । ଏମିତିରେ ଏସମସ୍ତ ସମସ୍ୟା ପ୍ରତି ଉତ୍ତରାଞ୍ଚଳ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମଙ୍ଗଳବାର ତାଙ୍କୁ ସାକ୍ଷାତ କରିଛନ୍ତି ପଶ୍ଚିମ ଓଡିଶାର ବିଜେପି ବିଧାୟକ ଗଣ ।
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ଆରଡିସିଙ୍କୁ ଭେଟିଲେ ବିଜେପି ବିଧାୟକ - ପଶ୍ଚିମ ଓଡିଶା ବିଜେପି ବିଧାୟକ
ପଶ୍ଚିମ ଓଡିଶାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ସମସ୍ୟା ପ୍ରତି ଉତ୍ତରାଞ୍ଚଳ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମଙ୍ଗଳବାର ତାଙ୍କୁ ସାକ୍ଷାତ କରିଛନ୍ତି ପଶ୍ଚିମ ଓଡିଶାର ବିଜେପି ବିଧାୟକ ଗଣ ।
![ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ଆରଡିସିଙ୍କୁ ଭେଟିଲେ ବିଜେପି ବିଧାୟକ sambalpur latest news, health facility in western odisha, bjp mla's of western odisha, northern rdc, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍, ପଶ୍ଚିମ ଓଡିଶାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ପଶ୍ଚିମ ଓଡିଶା ବିଜେପି ବିଧାୟକ, ଉତ୍ତରାଞ୍ଚଳ ଆରଡିସି](https://etvbharatimages.akamaized.net/etvbharat/prod-images/768-512-8119872-86-8119872-1595351683566.jpg)
ବିପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ନେଇ ଆରଡିସିଙ୍କୁ ଭେଟିଲେ ବିଜେପି ବିଧାୟକ
ସୂଚନା ଅନୁଯାୟୀ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକଙ୍କ ସମେତ ସୁନ୍ଦରଗଡ଼, ଦେବଗଡ଼, ବିରମିତ୍ରପୁର ବିଧାୟକ ଓ କାର୍ଯ୍ୟକର୍ତ୍ତା ସମ୍ବଲପୁର ଆରଡିସିଙ୍କୁ ଭେଟିଥିଲେ । ସାକ୍ଷାତ କରି ସେମାନ କୋଭିଡ ସମୟରେ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟତଃ ଡାକ୍ତର ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ