ସମ୍ବଲପୁର: କୋଭିଡ ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ବିତରଣ କମ୍ପାନୀର ମାନମାନୁ ବିରୁଦ୍ଧରେ ବିଜେପି ପକ୍ଷରୁ ଆଜି(ସୋମବାର) ସମ୍ବଲପୁର ବୁର୍ଲା ସ୍ଥିତ ବିଦ୍ୟୁତ ବିତରଣ କମ୍ପାନୀର କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି।
ବିଦ୍ୟୁତ ବିତରଣରେ ଅନିୟମିତତା: WOTPDL ଅଫିସ ଘେରିଲା ବିଜେପି - WOTPDL ଅଫିସ ଘେରିଲା ବିଜେପି
ବିଦ୍ୟୁତ ବିଭାଗର ମାନମୁଖୀ ବିରୋଧରେ କାର୍ଯ୍ୟାଳୟ ଘେରିଲା ସମ୍ବଲପୁର ବିଜେପି । ଅଧିକ ପଢନ୍ତୁ...
ବିଦ୍ୟୁତ ବିତରଣରେ ଅନିୟମିତତା: WOTPDL ଅଫିସ ଘେରିଲା ବିଜେପି
ଜିଲ୍ଲା ବିଜେପି ସଭାପତି ଗରିଷ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ, ବିଜେପି ନେତା କର୍ଣ୍ଣେଲ ପ୍ରଭାତ ପଣ୍ଡା ଓ ସୀମାଞ୍ଚଳ ଖଟେଇ ପ୍ରମୁଖଙ୍କ ସହ ସମ୍ବଲପୁର, ବୁର୍ଲା ଓ ହୀରାକୁଦର ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ TPWODL ବ୍ୟବସାୟିକ ମୁଖ୍ୟ ଶୁଶୀଳ କୁମାର ଶର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ