ଓଡିଶା

odisha

ETV Bharat / state

ଜେଲରେ ଓକିଲଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗ । ଜେଲରେ ଥିବା ଓକିଲଙ୍କୁ ଭେଟିଲା ରାଜ୍ୟ ବିଜେପିର ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

By

Published : Dec 27, 2022, 10:42 PM IST

lawyers protest in sambalpur
ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗ

ଜେଲରେ ଓକିଲଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ପାଇଁ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ । ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ସମ୍ବଲପୁର ଆସି ଜେଲରେ ଥିବା ଓକିଲଙ୍କୁ ଭେଟି ଆଲୋଚନା କରିଛି । ସମ୍ବଲପୁରରେ ପରିସ୍ଥିତି କିପରି ସ୍ଵାଭାବିକ ହେବ ସେନେଇ ଚେଷ୍ଟା ଜାରି ରହିଛି ବୋଲି କହିଛି ବିଜେପିର ପ୍ରତିନିଧି ଦଳ ।

ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଓକିଲଙ୍କୁ ଭେଟିଛି ବିଜେପିର ପ୍ରତିନିଧି ଦଳ । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏହି ଟିମ ଆଜି ଦିନ 10 ଟାରେ ସମ୍ବଲପୁର ଜେଲକୁ ଆସି ଓକିଲଙ୍କୁ ଭେଟି ଆଲୋଚନା କରିଛି । ଆଗକୁ ଏହି ଟିମ ସମ୍ବଲପୁର ଜିଲ୍ଲା ଜଜ, ସମ୍ବଲପୁର ଆଇଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲାପାଳ, ଉତ୍ତରାଞ୍ଚଳ ଆରଡିସି ଓ ଜିଲ୍ଲା ଓକିଲ ସଂଘ ସଦସ୍ୟଙ୍କୁ ଭେଟିବେ । ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା ସ୍ଵାଭାବିକ ହେବା ନେଇ ଚେଷ୍ଟା ଜାରି ଥିବା ଟିମ କହିଛି । ଆବଶ୍ୟକ ପଡ଼ିଲେ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିବେ ବୋଲି ସୂଚନା ଦିଆଯାଇଛି । ପ୍ରତିନିଧି ଦଳରେ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଓ 5 ଜଣ ବିଧାୟକ ରହିଛନ୍ତି ।

ପ୍ରକାଶ ଥାଉକି, ଗତ ୧୨ ତାରିଖରେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ( Sambalpur Lawyers Protest) ସମୟରେ କେତେକ ଆନ୍ଦୋଳନକାରୀ ପୋଲିସର ସୁରକ୍ଷା ବଳୟ ଭାଙ୍ଗି ଜଜଙ୍କ ଚାମ୍ବରରେ ପଶି ହୋହଲ୍ଲା ଓ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଓ ସଂଗ୍ରହ ହୋଇଥିବା ଭିଡିଓ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୯ ଜଣ ଓକିଲଙ୍କ ସମେତ ୩୫ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଓକିଲଙ୍କ ଆନ୍ଦୋଳନ ପରେ ଓଡିଶାର କୌଣସି ସ୍ଥାନରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ । ବିକଶିତ ଜ୍ଞାନକୌଶଳ ଦୃଷ୍ଟିରୁ ଏହି ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସମ୍ବଲପୁର ଏହି ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details