ଓଡିଶା

odisha

ETV Bharat / state

Sambalpur Violence: ସମ୍ବଲପୁର ଯାଉଥିବା ବିଜେପି ଟିମଙ୍କୁ ଅଟକ ରଖିଲା ପୋଲିସ

ଝାରସୁଗୁଡା ଜିଲ୍ଲାରୁ ସମ୍ବଲପୁର ଅଭିମୁଖେ ଆସୁଥିବା ବେଳେ ପ୍ରତିନିଧି ଦଳକୁ ସମ୍ବଲପୁର ପୋଲିସ ଠେଲୋକୋଲୋଇ ଥାନାରେ ଅଟକ। ଅଧିକ ପଢନ୍ତୁ

By

Published : Apr 18, 2023, 8:15 PM IST

Sambalpur Violence
Sambalpur Violence

Sambalpur Violence

ସମ୍ବଲପୁର: ହନୁମାନ ଜୟନ୍ତୀ ଗଣ୍ଡଗୋଳ ଘଟଣା। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ସହରରେ କର୍ଫ୍ୟୁ ଜାରି କରାଯାଇଛି | ଏଭଳି ପରିସ୍ଥିତିରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଝାରସୁଗୁଡା ଜିଲ୍ଲା ରୁ ସମ୍ବଲପୁର ଅଭିମୁଖେ ଆସୁଥିବା ବେଳେ ଏହି ପ୍ରତିନିଧି ଦଳକୁ ସମ୍ବଲପୁର ପୋଲିସ ଠେଲୋକୋଲୋଇ ଥାନା ରେ ଅଟକ ରଖିଛି | ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଆଜି ଏହି ପ୍ରତିନିଧି ଦଳ ସମ୍ବଲପୁର ଆସି ପ୍ରଥମେ ବିକାଶ ହସ୍ପିଟାଲକୁ ଯାଇଥିଲା। ସେଠାରେ ହନୁମାନ ଜୟନ୍ତୀ ପାଳନ ସମୟରେ ହୋଇଥିବା ଅଘଟଣରେ ଆହତ ହୋଇ ଥିବା ଜଣେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ପ୍ରମୁଖ ସଦସ୍ୟଙ୍କୁ ଭେଟିବାର କାର୍ଯକ୍ରମ ଥିଲା |

ଏହା ପରେ ଏହି ପ୍ରତିନିଧି ଦଳ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକର୍ତା ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା |ସେହିପରି ଏହା ପରେ ଏହି ପ୍ରତିନିଧି ଦଳ ସମ୍ବଲପୁର ଉତ୍ତରାଞ୍ଚଳ RDC ଙ୍କ ସହ ସମ୍ବଲପୁରରେ ବର୍ତ୍ତମାନର ସ୍ଥିତି କିପରି ସ୍ୱାଭାବିକ ହେବ ଓ ଶାନ୍ତି ଫେରିବ ସେ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା | ଏହା ପରେ ଏହି ପ୍ରତିନିଧି ଦଳ ଅପରାହ୍ନ 1ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମଧ୍ୟ ଦିଆ ଯାଇଥିଲା | ତେବେ ଏହି ପ୍ରତିନିଧି ଦଳ ଆଜି ସକାଳ ପ୍ରାୟ 9ଟା ସମୟରେ ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ସମୟରେ ଝାରସୁଗୁଡା-ସମ୍ବଲପୁର ସୀମାରେ ଥିବା ଶ୍ରିପୁରା ଗାଁ ଠାରେ ଠେଲୋକୋଲୋଇ ପୋଲିସ ବିଜେପି ପ୍ରତିନିଧି ଦଳକୁ ଅଟକାଇ ସମସ୍ତଙ୍କୁ ଥାନାକୁ ନେଇ ଯାଇଥିଲା |

ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୁଜାରୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, କେଭି ସିଂଦେଓ, ସମୀର ମହାନ୍ତି, ଜୁଏଲ ଓରାମ,ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ବିଜେପି ନେତାଙ୍କୁ ପୋଲିସ ଠେଲୋକୋଲୋଇ ଥାନାରେ ଅଟକ ରଖିଛି |

ଏହା ମଧ୍ୟ ପଢନ୍ତୁ-CM Yogi to Mafia: 'ବିଜେପି ସରକାର ଥିବା ଯାଏଁ କାହାକୁ ବି ଧମକାଇପାରିବନି'

ସୂଚନା ଯୋଗ୍ୟ ଯେ, ଆଜି ସକାଳେ ସମ୍ବଲପୁର ସାଖିପଡ଼ା ସ୍ଥିତ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବାସଗୃହରେ ପୋଲିସ ତାଙ୍କୁ କିଛି ସମୟ ପାଇଁ ଗୃହବନ୍ଦୀ କରି ରଖିଥିବାର ଅଭିଯୋଗ ହୋଇ ଥିଲା | ତେବେ ପରବର୍ତ୍ତୀ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାକୁ ପହଞ୍ଚିବା ପରେ ତାଙ୍କୁ ଘରୁ ବାହାରିବାକୁ ଦିଆ ଯାଇ ଥିଲା |

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details