ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ - ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ । ରେଢାଖୋଲର କଦମ ପଡିଆରେ ୱାର୍ଡସ୍ତରୀୟ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ

By

Published : Nov 14, 2021, 8:36 AM IST

ସମ୍ବଲପୁର: ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ଆରମ୍ଭ ହୋଇଗଲାଣି ରାଜନୈତିକ ଦଳର କସରତ । ଏହିପରିପ୍ରେକ୍ଷୀରେ ସମ୍ବଲପୁରରେ ଜିଲ୍ଲା ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ଥିବାବେଳେ ଏଥର ପଞ୍ଚାୟତ ନିର୍ବାଚନରେ ବିଜେଡି କିପରି ବାଜିମାତ କରିବ ସେନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ

ଗତ 2 ତାରିଖରେ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡକୁ ମୁଖ୍ୟମନ୍ତ୍ରୀ ଆସି ଥିବାବେଳେ ଗତକାଲି(ଶନିବାର) ସନ୍ଧ୍ୟାରେ ସମ୍ବଲପୁରର ରେଢାଖୋଲର କଦମ ପଡିଆରେ ହୋଇଥିବା ଏକ ୱାର୍ଡସ୍ତରୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଛନ୍ତି । ରାଜ୍ୟ ରାଜନୀତିର ପାୱାର କରିଡରରେ ପ୍ରଣବଙ୍କ ନାଁ ରହିଥିବାରୁ ତାଙ୍କର ସମ୍ବଲପୁର ଗସ୍ତ ଯୋଗୁଁ ଏବେ ସମ୍ବଲପୁର ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ଅତି ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ଜୋର ଧରିଛି ।

ଏହି ଅବସରରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମ୍ବଲପୁରରେ ବିଜେଡି କିପରି ବିଜୟୀ ହେବ ସେନେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସାଧାରଣ ଜନତା କିପରି ପାଉଛନ୍ତି ସେନେଇ କର୍ମୀଙ୍କୁ କହିଥିଲେ ବରିଷ୍ଠ ବିଜେଡି ନେତା । ଏହା ସହ କେନ୍ଦ୍ର ବିରୁଦ୍ଧରେ ବର୍ଷିଥିଲେ ପ୍ରଣବ ପ୍ରକାଶ ଦାସ । ଏହି କାର୍ଯ୍ୟକ୍ରମରେ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଆଜିର ସନ୍ଧ୍ୟାରେରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ, ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ସମ୍ବଲପୁର ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ, ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details