ଓଡିଶା

odisha

ETV Bharat / state

'ରାଜ୍ୟର ଯେଉଁଠି ନିର୍ବାଚନ ହେବ ବିଜେଡି ଜିତିବ' - health minister Naba Kishore Das

ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ନିର୍ବାଚନ ହେଲେ ସମ୍ବଲପୁର ଜିଲ୍ଲାରେ ବିଜେଡ଼ି ହିଁ ବାଜିମାତ କରିବ ବୋଲି ଦୃଢୋକ୍ତି କରିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ...

BJD will win all parts of state in upcoming panchayat election says health minister Naba Kishore Das
ନିର୍ବାଚନ ମାନେ ବିଜେଡିର ବାଜିମାତ୍‌: ସ୍ୱାସ୍ଥ୍ୟ ମନ୍ତ୍ରୀ

By

Published : Oct 12, 2021, 9:27 PM IST

ସମ୍ବଲପୁର:ଆଗକୁ ରାଜ୍ୟରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଶାସକ ବିଜେଡି ସବୁଠୁ ଆଗରେ ଥିବାର ପ୍ରତୀତ ହେଉଛି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଦବଦବା ରହିଥିଲା ।

ନିର୍ବାଚନ ମାନେ ବିଜେଡିର ବାଜିମାତ୍‌: ସ୍ୱାସ୍ଥ୍ୟ ମନ୍ତ୍ରୀ

ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର 4ଟି ବିଧାନସଭା ଆସନରୁ 2ଟିରେ ବିଜେପି ବାଜିମାତ କରିଥିଲା । ଏଭଳି ସ୍ଥିତିରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଜିଲ୍ଲାରେ ଶାସକ ବିଜେଡିକୁ ବିଜେପି କଡା ଟକ୍କର ଦେବ ବୋଲି ଆଲୋଚନା ହେଉଛି । ତେବେ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ନିର୍ବାଚନ ହେଲେ ବିଜେଡ଼ି ହିଁ ବାଜିମାତ କରିବ ବୋଲି ଦୃଢୋକ୍ତି କରିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

'ରାଜ୍ୟର ଯେଉଁଠି ନିର୍ବାଚନ ହେବ ବିଜେଡି ଜିତିବ'

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମ୍ବଲପୁର ଜିଲ୍ଲା ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ସଜାଡିବା ସହ ଦଳୀୟ ଅନ୍ତଃକଳହ ଓ ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ବାରମ୍ବାର ବୈଠକ ହେଉଛି ।

ଏଥିରେ ସ୍ଥାନୀୟ ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଓ ନେତାଙ୍କ ସହ ଛାମୁଆ ସଂଗଠନର ଦଳୀୟ କର୍ମୀଙ୍କୁ ସାମିଲ କରାଯାଉଛି। ଏହି ଭଳି ଏକ ବୈଠକରେ ସାମିଲ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବେ ଦୃଢ଼ତାର ସହ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯେ, ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ହିଁ ବାଜିମାତ କରିବ ।

ରାଜ୍ୟର ଯେଉଁଠି ବି ନିର୍ବାଚନ ହେଉ କି ଉପ-ନିର୍ବାଚନ ବିଜେଡି ହିଁ ବିଜୟୀ ହେଉଛି । ତେଣୁ ନିର୍ବାଚନ ହେଲାମାନେ ସେଠି ବିଜେଡି ପକ୍କା ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଜିଲ୍ଲାର ସବୁଆଡେ ଚର୍ଚ୍ଚା। ସମ୍ବଲପୁର ଜିଲ୍ଲା ଦୀର୍ଘ ଦିନ ହେଲା ବିଜେପିର ଗଡ଼ ହୋଇ ରହିଛି । ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦୃଢୋକ୍ତି ବାସ୍ତବତାର ରୂପ ନେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details