ସମ୍ବଲପୁର:ସମ୍ବଲପୁରରେ ବିଜେଡିର ଗଣଧାରଣା। କ୍ଷେତରାଜପୁର ସ୍ଥିତ FCI ଅଫିସ ସମ୍ମୁଖରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଦିଆଯାଇଛି ଗଣଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ କୃଷିନୀତି,ଚାଷୀଙ୍କ ବକେୟା ଟଙ୍କା ପ୍ରଦାନ ଦାବି ତଥା FCI ର ଚାଉଳ ଉଠାଣରେ ଅବହେଳା ପ୍ରସଙ୍ଗକୁ ନେଇ ଧାରଣା ଦେଇଛି ଦଳ ।
ଆଜିର ଏହି ଗଣ ଧାରଣାରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ କହିଛନ୍ତି, ଯଦି କେନ୍ଦ୍ର ସରକାର ଏମିତି କୃଷକ ବିରୋଧୀ ନୀତି ନଛାଡୁଛନ୍ତି ତେବେ ଓଡ଼ିଶାର ଚାଷୀ ଏହାର ଜବାବ ଦେବେ । ଅନ୍ୟପଟେ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପଖେଇ ଆସୁଥିବାବେଳେ ବିଜେପି ବିଭିନ୍ନ ଉପାୟ ଅବଲମ୍ବନ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି କିନ୍ତୁ ଓଡିଶା ସରକାର କୃଷକ ବିରୋଧୀ ନୁହନ୍ତି ।