ଓଡିଶା

odisha

ETV Bharat / state

ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ କି ନବୀନ ? ପ୍ରସ୍ତାବ ଦେଲେ ବରିଷ୍ଠ ବିଜେଡି ନେତା

ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ସମ୍ବଲପୁରର ବରିଷ୍ଠ ବିଜେଡି ନେତା । ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଚେକ୍‌ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ । ଅଧିକ ପଢନ୍ତୁ

Sambalpur Assembly seat
Sambalpur Assembly seat

By ETV Bharat Odisha Team

Published : Oct 15, 2023, 10:17 PM IST

ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ କି ନବୀନ ? ପ୍ରସ୍ତାବ ଦେଲେ ବରିଷ୍ଠ ବିଜେଡି ନେତା

ସମ୍ବଲପୁର:ବରିଷ୍ଠ ବିଜେପି ନେତା ଜୟ ନାରାୟଣଙ୍କୁ କାଉଣ୍ଟର କରିବାକୁ ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ସମ୍ବଲପୁରର ବରିଷ୍ଠ ବିଜେଡି ନେତା । ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ । ଏହି ଆସନରେ ଜୟ ନାରାୟଣଙ୍କ ଦବଦବା ରହିଥିବାରୁ ତାଙ୍କୁ ହରାଇବା ଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି ।

ଆଜି ସମ୍ବଲପୁରରେ ଜିଲ୍ଲା ବିଜେଡିର ପଦଯାତ୍ରା ଥିବା ବେଳେ ନାରୀ ସେବା ସଦନଠାରେ ଏକ ସଭା ହୋଇଥିଲା । ଏହି ସଭାରେ ବରିଷ୍ଠ ବିଜେଡି ନେତା ସିଦ୍ଧାର୍ଥ ଦାସ ମୁଖ୍ୟମନ୍ତ୍ରୀ ନଵୀଵ ପଟ୍ଟନାୟକ ସମ୍ବଲପୁର ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । ଆଉ ଏହି ପ୍ରସ୍ତାବକୁ ଜିଲ୍ଲାର ସବୁ ନେତାକର୍ମୀ କରତାଳି ମାରି ସମର୍ଥନ କରିଥିଲେ ବୋଲି ସେ ନିଜେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- ପୁରୀରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ! ପ୍ରସ୍ତାବ ଦେବେ ସେବାୟତ: ରାମକୃଷ ଦାସ ମହାପାତ୍ର

ସମ୍ବଲପୁର ବିଧାନସଭା ଆସନ ଏକ ମର୍ଯ୍ୟାଦା ସମ୍ପନ୍ନ ସିଟ ହୋଇଥିବା ବେଳେ ଏହାକୁ ବିଜେପିର ଗଡ଼ ବୋଲି କୁହାଯାଏ । ଏଠାରେ ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ବିରୋଧୀ ଦଳର ନେତା 4 ଥର ବିଜୟୀ ହୋଇଥିବା ବେଳେ ତାଙ୍କୁ ଚେକ୍‌ ଦେବା ଯେକୌଣସି ବିଜେଡି ପ୍ରାର୍ଥୀଙ୍କ ପାଇଁ କଷ୍ଟକର ହୋଇଥାଏ । କାରଣ ସମ୍ବଲପୁରରେ ବିଜେପିର ସଂଗଠନ ବହୁତ ଭଲ ରହିଛି । ଗତ 2000, 2004, 2009 ଓ 2019ରେ ବିଧାନସଭା ନିର୍ବାଚନରେ ଜୟ ନାରାୟଣ ଏଠାରେ ବିଜୟୀ ହୋଇଥିବା ବେଳେ କେବଳ 2014ରେ ବିଜେଡି ଡ. ରାଜେଶ୍ବରୀ ପାଣିଗ୍ରାହୀ ବିଜୟୀ ହୋଇଥିଲେ । ତେବେ 2019ରେ ସେ ପୁଣି ଜୟନାରାୟଣଙ୍କ ଠାରୁ ପରାଜିତ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ବିଜେଡି ଫାଳ ଫାଳ ହୋଇଯାଇଥିଲା ।

ଏହା ବି ପଢନ୍ତୁ- ନରସିଂହ ନୁହେଁ, ପୁଅ ସମରେନ୍ଦ୍ର ମିଶ୍ର ଲଢିବେ ନିର୍ବାଚନ: ପିସିସି ସଭାପତି

ମୁଖ୍ୟତଃ ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ସମ୍ବଲପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ହେବା ପାଇଁ ଜିଲ୍ଲାର ନେତାଙ୍କ ମଧ୍ୟରେ ଟଣା ଓଟରା ଲାଗି ରହିଛି । ଏହାଦ୍ବାରା ରାଜ୍ୟ ନେତୃତ୍ବ ସମ୍ବଲପୁର ଆସନ ପାଇଁ କାହାକୁ ପ୍ରାର୍ଥୀ କରିବ ସେନେଇ ଅଡୁଆରେ ରହି ଆସୁଛି । ଜିଲ୍ଲାର କୌଣସି ନେତାଙ୍କୁ ପ୍ରାର୍ଥୀ କଲେ ଅସନ୍ତୁଷ୍ଟ ଗୋଷ୍ଠୀ ବେଜେଡି ପାଇଁ ଆତ୍ମଘାତୀ ହୋଇ ପାରନ୍ତି । ତେଣୁ ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେଲେ ବିଜେପିକୁ ସହଜରେ ଚେକ ଦେବା ସହ ଜିଲ୍ଲା ବିଜେଡି ନେତାଙ୍କୁ ଏକଜୁଟ କରିପାରିବେ ବୋଲି ଭାବି ସମ୍ବଲପୁର ଜିଲ୍ଲା ବିଜେଡିର ପ୍ରମୁଖ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ ଏପରି ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details