ଓଡିଶା

odisha

ETV Bharat / state

କୋଭିଡ ହସ୍ପିଟାଲକୁ 2 ଅତ୍ୟାଧୁନିକ ଭେଣ୍ଟିଲେଟର ଦାନ କଲେ ବିଜେଡି ନେତା ଶୈଳେଶ ଦାନୀ - ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ

ସମ୍ବଲପୁର ଜିଲ୍ଲାର କୋଭିଡ ହସ୍ପିଟାଲକୁ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ଫ୍ରାନ୍ସ ତିଆରି ୨ ଟି ଅତ୍ୟାଧୁନିକ ନନ୍ଇନଭେସିଭ ଭେଣ୍ଟିଲେଟର ଓ ୨ ଟି ଆୟର୍ଲାଣ୍ଡ ନିର୍ମିତ ମେସ ଟେକ୍ନୋଲୋଜି ନୋବୁଲାଇଜର ଦାନ କରିଛନ୍ତି । ଅଧିକ ପଢନ୍ତୁ ...

କୋଭିଡ ହସ୍ପିଟାଲକୁ 2 ଅତ୍ୟାଧୁନିକ ଭେଣ୍ଟିଲେଟର ଦାନ କଲେ ବିଜେଡି ନେତା ଶୈଳେଶ ଦାନୀ
କୋଭିଡ ହସ୍ପିଟାଲକୁ 2 ଅତ୍ୟାଧୁନିକ ଭେଣ୍ଟିଲେଟର ଦାନ କଲେ ବିଜେଡି ନେତା ଶୈଳେଶ ଦାନୀ

By

Published : Sep 7, 2020, 7:18 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର କୋଭିଡ ହସ୍ପିଟାଲକୁ ବିଜେଡି ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ଫ୍ରାନ୍ସ ତିଆରି ୨ ଟି ଅତ୍ୟାଧୁନିକ ନନ୍ଇନଭେସିଭ ଭେଣ୍ଟିଲେଟର ଓ ୨ ଟି ଆୟର୍ଲାଣ୍ଡ ନିର୍ମିତ ମେସ ଟେକ୍ନୋଲୋଜି ନୋବୁଲାଇଜର ଦାନ କରିଛନ୍ତି । ଏହି ଦୁଇ ଅତ୍ୟାଧୁନିକ ଚିକିତ୍ସା ଉପକରଣର ମୂଲ୍ୟ ରହିଛି ୩ ଲକ୍ଷ ୪୨ ହଜାର ଟଙ୍କାରୁ ଉର୍ଦ୍ଧ୍ବ ।

କୋଭିଡ ହସ୍ପିଟାଲକୁ 2 ଅତ୍ୟାଧୁନିକ ଭେଣ୍ଟିଲେଟର ଦାନ କଲେ ବିଜେଡି ନେତା ଶୈଳେଶ ଦାନୀ

ସାରା ବିଶ୍ବରେ ଏହି ଦୁଇଟି ଜୀବନ ରକ୍ଷାକାରୀ ମେସିନର ବହୁତ ଚାହିଦା ଅଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା କୋରୋନା ରୋଗୀଙ୍କ ଶରୀରରେ ଅମ୍ଲଜାନ ସ୍ତର ସ୍ବାଭାବିକ କରିବା ସହ ରୋଗୀଙ୍କ ଜୀବନ ରକ୍ଷା କରିବା ଦିଗରେ ଏହି ଦୁଇ ମେସିନ ଅତ୍ୟନ୍ତ ସହାୟକ ହୋଇଥାଏ ।

ସମ୍ବଲପୁର ଜିଲ୍ଲାରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବାବେଳେ ମୃତ୍ୟୁ ହାର ମଧ୍ୟ ବଢି ଚାଲିଛି । ଏହାକୁ ଦୄଷ୍ଟିରେ ରଖି ସମ୍ବଲପୁର କୋଭିଡ ହସ୍ପିଟାଲକୁ ବିଜେଡି ରାଜ୍ୟ ସଂପାଦକ ଶୈଳେଶ ଦାନୀ ଏହି ଦୁଇ ଉପକରଣ ପ୍ରଦାନ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି । ଏନେଇ ଜିଲ୍ଲାପାଳ ସୁଭମ ସକ୍ସେନାଙ୍କ ଅନୁମତି ଓ ଭିମସାର କୋଭିଡ ହସ୍ପିଟାଲର ନୋଡାଲ ଅଫିସର ଡାକ୍ତର ପୋଥାଳଙ୍କ ପରାମର୍ଶରେ ୨ ଟି ଅତ୍ୟାଧୁନିକ ଭେଣ୍ଟିଲେଟର ଓ ୨ ଟି ନୋବୁଲାଇଜର ଜିଲ୍ଲା କୋଭିଡ ହସପିଟାଲରେ ଲଗାଯାଇଛି । ଏହି ଭେଣ୍ଟି​‌ଲେଟର ଦ୍ବାରା ୩ ମାସରେ ପ୍ରାୟ ୨୫ ରୁ ୩୦ ରୋଗୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।

ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନିରେ ବିଜେଡି ଜିଲା ସଭାପତି ଇଂ. ସିଦ୍ଧାର୍ଥ ଦାସ , ବିଜେଡି ନେତା ଦେବେନ ପତି ଓ ଓଡ଼ିଶା ମୋ ପରିବାର ସଂଯୋଜକ ନିଷାନ୍ତ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ ବାଦଶାହା ଜୁଶମନ ରଣା, ଇଟିଭି ଭାରତ

ABOUT THE AUTHOR

...view details