ସମ୍ବଲପୁର: ଜିଲ୍ଲା ପରିଷଦ ନିର୍ବାଚନରେ ସମ୍ବଲପୁର ଜିଲ୍ଲାରେ ଶାସକ ବିଜୁ ଜନତା ଦଳ(BJD)ର ବାଜିମାତ୍ । ମୋଟ ୧୮ଟି ଆସନରୁ ୧୬ଟି ଜିଲ୍ଲା ପରିଷଦ ଆସନ ବିଜେଡି ଅକ୍ତିଆର କରିଛି । ରବିବାର ଜିଲ୍ଲା DRDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ସମ୍ବଲପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷ ଆସନଟି ମଧ୍ୟ ବିଜେଡି ଦଖଲ କରିଛି । ବିଜେଡିର କୁମୁଦିନୀ ନାଏକ ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।
ବିଜେଡି କବ୍ଜାରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ, କୁମୁଦିନୀ ନାଏକ ନୂଆ ଅଧ୍ୟକ୍ଷା - ସମ୍ବଲପୁରରେ ବିଜେଡି ଜିଲ୍ଲା ପରିଷଦ
ଜିଲ୍ଲା ପରିଷଦ ନିର୍ବାଚନରେ ସମ୍ବଲପୁର ଜିଲ୍ଲାରେ ଶାସକ ବିଜୁ ଜନତା ଦଳ(BJD)ର ବାଜିମାତ୍ । ବିଜେଡିର କୁମୁଦିନୀ ନାଏକ ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ
ପୁର୍ବରୁ କୁମୁଦିନୀ ଜିଲ୍ଲା ପରିଷଦ ସଭ୍ୟା ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ଆଜି ସମ୍ବଲପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦରେ ବିଜେଡି ବିଜୟୀ ହେବା ପରେ ବିଜେଡିର ସବୁ କର୍ମୀ ବିଜୟ ଉତ୍ସବ ପାଳନ କରିଥିଲେ । ସମ୍ବଲପୁର ଡିଆରଡିଏ କାର୍ଯ୍ୟାଳୟ ବାହାରେ ରେଢ଼ାଖୋଲ ବିଧାୟକ ରୋହିତ ପୁଜାରୀ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳୀନିକାନ୍ତ ପ୍ରଧାନ ଉପସ୍ଥିତ ରହି ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଥିଲେ । ଏହା ସହ DRDA କାର୍ଯ୍ୟାଳୟ ବାହାରେ ବିଜେଡି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିଲେ ।