ସମ୍ବଲପୁର: ବିଶ୍ୱ ଶାନ୍ତି, ମାନବ ଜାତିର କଲ୍ୟାଣ ତଥା କୋରୋନା ମହାମାରୀରୁ ବିଶ୍ୱକୁ ବଞ୍ଚାଇବା ପାଇଁ ସମଲେଶ୍ୱରୀ ମନ୍ଦିରରେ ମହାଯଜ୍ଞ । ସମଲେଶ୍ୱରୀ ମନ୍ଦିର ପୂଜକଙ୍କ ପକ୍ଷରୁ ଏହି 108 ହୋମ ଆହୁତି ମହାଯଜ୍ଞ ଅନୁଷ୍ଠିତ ହୋଇଛି ।
ବିଶ୍ୱ ଶାନ୍ତି ଓ ମାନବ ଜାତିର କଲ୍ୟାଣ ପାଇଁ ସମଲେଶ୍ବରୀ ମନ୍ଦିରରେ ସ୍ୱତନ୍ତ୍ର ଯଜ୍ଞ - samalei
ମାନବ ଜାତିର କଲ୍ୟାଣ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଆଜି(ସମ୍ବଲପୁର) ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...
ବିଶ୍ୱ ଶାନ୍ତି ଓ ମାନବ ଜାତିର କଲ୍ୟାଣ ପାଇଁ ସମଲେଶ୍ବରୀ ମନ୍ଦିରରେ ସ୍ୱତନ୍ତ୍ର ଯଜ୍ଞ
ସମଲେଶ୍ବରୀ ମନ୍ଦିର ପୂଜକ ସମୂହଙ୍କ ପକ୍ଷରୁ ଏହା ଅନୁଷ୍ଠିତ ହୋଇଛି । ସମ୍ପୂର୍ଣ୍ଣ କୋଭିଡ ଗାଇଡ ଲାଇନ ଭିତରେ ଏହା ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ଯଜ୍ଞକୁ ବାରଣ କରାଯାଇଛି । ଏନେଇ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି । ମନ୍ଦିର ପୂଜକ ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଥିବା ସମଲେଶ୍ବରୀ ମନ୍ଦିର ଗୁଡିକର ପୂଜକଙ୍କ ପ୍ରେରଣାରେ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ