ଓଡିଶା

odisha

ETV Bharat / state

ଲକଡାଉନରେ ହୀରାକୁଦକୁ ବଢିଛି ପକ୍ଷୀଙ୍କ ଆଗମନ - Birds have reached Hirakud

ଚଳିତ ବର୍ଷ ଲକଡାଉନ ଯୋଗୁ ପରିବେଶ ଶୁଦ୍ଧ ହେବା ସହ ଏହି ଅଞ୍ଚଳରେ ଲୋକଙ୍କ ଗମନା ଗମନ କମିଥିବାରୁ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବାର ପକ୍ଷୀ ବିଶେଷଜ୍ଞ ତଥା ୱାଇଲ୍ଡ ଲାଇଫ ଫଟୋଗ୍ରାଫର କହିଛନ୍ତି ।

birds-have-reached-hirakud-in-lockdown
ଲକଡାଉନରେ ହୀରାକୁଦକୁ ବଢିଛି ପକ୍ଷୀଙ୍କ ଆଗମନ

By

Published : May 18, 2020, 8:20 PM IST

ସମ୍ବଲପୁର: ଜିଲ୍ଲାର ହୀରାକୁଦ ଜଳଭଣ୍ଡାର କେବଳ ଯେ ଏକ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ପର୍ଯ୍ୟଟନ ସ୍ଥଳ ଅଟେ ଏହା ନୁହେଁ । ଏହା ରାଜ୍ୟ ତଥା ଦେଶ ବାହାରର ବିଭିନ୍ନ ପ୍ରକାର ପକ୍ଷୀଙ୍କ ଅଣ୍ଡାଦାନ ପାଇଁ ଏକ ଉତ୍କଷ୍ଠ ସ୍ଥଳ ମଧ୍ୟ । ସେଥିପାଇଁ ପ୍ରତ୍ୟେକ ବର୍ଷ ଏଠାକୁ ରାଜ୍ୟ ତଥା ଦେଶ ବାହାରୁ ଅନେକ ପ୍ରକାର ପକ୍ଷୀ ଅଣ୍ଡା ଦେବା ପାଇଁ ଆସନ୍ତି । ତେବେ ଚଳିତ ବର୍ଷ ଲକଡାଉନ ଯୋଗୁ ପରିବେଶ ଶୁଦ୍ଧ ହେବା ସହ ଏହି ଅଞ୍ଚଳରେ ଲୋକଙ୍କ ଗମନା ଗମନ କମିଥିବାରୁ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବାର ପକ୍ଷୀ ବିଶେଷଜ୍ଞ ତଥା ୱାଇଲ୍ଡ ଲାଇଫ ଫଟୋଗ୍ରାଫର କହିଛନ୍ତି ।

ଲକଡାଉନରେ ହୀରାକୁଦକୁ ବଢିଛି ପକ୍ଷୀଙ୍କ ଆଗମନ

ଚଳିତ ବର୍ଷ ଏଠାକୁ 13 ପ୍ରକାର ଗ୍ରାଉଣ୍ଡ ନେଷ୍ଟଟିଙ୍ଗ ପକ୍ଷୀ ଆସିଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି । ଏଠାକୁ ଅଷ୍ଟ୍ରେଲିଆର ବିଦେଶୀ ପକ୍ଷୀ ମଧ୍ୟ ଅଣ୍ଡା ଦେବା ଆସୁଥିବାର ପକ୍ଷୀ ବିଶେଷଜ୍ଞ କହିଛନ୍ତି । ମୁଖ୍ୟତଃ 2010 ମସିହାରୁ ଏହି ପ୍ରଜାତିର ପକ୍ଷୀ ଅଣ୍ଡା ଦାନ ପାଇଁ ଆସୁଥିବାର ପକ୍ଷୀ ବିଶେଷଜ୍ଞ କହିଛନ୍ତି । ତେବେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ 13 ପ୍ରଜାତିର ପକ୍ଷୀ ଏଠାକୁ ଅଣ୍ଡା ଦେବାକୁ ଆସୁଛନ୍ତି ସତ, କିନ୍ତୁ ଦେଶ ବାହାରର ପକ୍ଷୀ ଆସୁଥିବାର ରେକର୍ଡ ବନ ବିଭାଗ ପାଖରେ ନାହିଁ ।

କେବଳ ଦେଶର ବିଭିନ୍ନ ରାଜ୍ୟରୁ ଏହି ପକ୍ଷୀ ଆସୁଥିବା ବନ ବିଭାଗ କହିଛି । ସମୁଦାୟ 13 ପ୍ରକାର ପକ୍ଷୀ ଏଠାକୁ ଆସୁଥିବ ଜଣାପଡ଼ିଛି । ଏହି ପକ୍ଷୀ ମୁଖ୍ୟତଃ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏଠାରେ ରୁହଁନ୍ତି । ଏହି ପକ୍ଷୀ ସବୁ ଜଳଭଣ୍ଡାରର ଆଦ୍ର ଭୂମିରେ ଅଣ୍ଡା ଦିଅନ୍ତି ଓ ଜୁନ ମାସ ସୁଦ୍ଧା ଛୁଆ ଧରି ନିଜ ଅଞ୍ଚଳକୁ ଚାଲିଯାନ୍ତି । ଏଠିକାର ଜଳବାୟୁ ଓ ପରିବେଶ ଏହି ପକ୍ଷୀମାନଙ୍କ ଅଣ୍ଡା ଦାନ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏମାନେ ଏଠାକୁ ଅସନ୍ତି ବୋଲି କୁହାଯାଏ ।

ଏଥର ଲକ ଡାଉନ ଯୋଗୁ ପକ୍ଷୀଙ୍କ ସଂଖ୍ୟା ବଢିଥିବାର ପକ୍ଷୀ ବିଶେଷଜ୍ଞମାନେ କହୁଛନ୍ତି । ଅନ୍ୟପଟେ ବନ ବିଭାଗ ତରଫରୁ ଏହି ପକ୍ଷୀମାନ ଙ୍କୁ ସୁରକ୍ଷା ଦିଆଯିବା ସହ ମତ୍ସ୍ୟଜୀବୀ ଙ୍କ ମଧ୍ୟରେ ସଚେତନତା କରାଯାଉଛି ବୋଲି କୁହାଯାଇଛି ।

ସମ୍ବଲପୁରରୁ ଜୁସମନ ରଣା, ଇଟିଭି ଭାରତ

ABOUT THE AUTHOR

...view details