ସମ୍ବଲପୁର:ଉତ୍ତର ଭାରତୀୟ ତଥା ପଞ୍ଜାବୀ ମହିଳାମାନେ ନିଜର ସ୍ୱାମୀର ଦୀର୍ଘାୟୁ କାମନା କରି କରଓ୍ବାଚୌଥ ବ୍ରତ ପାଳନ କରିଥାନ୍ତି । ଏଥିପାଇଁ କାର୍ତ୍ତିକ ମାସ ଚତୁର୍ଥୀ ତିଥିରେ ଉତ୍ତର ଭାରତରେ ଏହି ବ୍ରତ ପାଳନ କରାଯାଉଛି । ତେବେ ସମ୍ବଲପୁରରେ ମଧ୍ୟ ପଞ୍ଜାବୀ ମହିଳାମାନେ ଏହି କରଓ୍ବାଚୌଥ ବ୍ରତ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରିଛନ୍ତି ।
ସମ୍ବଲପୁରରେ କରଓ୍ବାଚୌଥ ବ୍ରତ ପାଳିଲେ ପଞ୍ଜାବୀ ମହିଳା - କରଓ୍ବାଚୌଥ ବ୍ରତ
ସମ୍ବଲପୁରରେ କରଓ୍ବାଚୌଥ ବ୍ରତ ପାଳନ କରିଛନ୍ତି ପଞ୍ଜାବୀ ମହିଳା । ସମ୍ବଲପୁରରେ ବସବାସ କରୁଥିବା ପଞ୍ଜାବୀ ସମ୍ପ୍ରଦାୟର ମହିଳାମାନେ ଏହି ବ୍ରତକୁ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳନ କରିଛନ୍ତି । ଅଧିକ ପଢନ୍ତୁ
ଏହା ମଧ୍ୟ ପଢନ୍ତୁ:ନିଆରା ପରମ୍ପରା, ଲକ୍ଷ୍ମୀପୂଜାରେ ମାଣ ବସାନ୍ତି ମହିଳା
ସମ୍ବଲପୁରରେ କରଓ୍ବାଚୌଥ ବ୍ରତ ପାଳନ କରିଛନ୍ତି ପଞ୍ଜାବୀ ମହିଳା । ସମ୍ବଲପୁରରେ ବସବାସ କରୁଥିବା ପଞ୍ଜାବୀ ସମ୍ପ୍ରଦାୟର ମହିଳାମାନେ ଏହି ବ୍ରତକୁ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳନ କରିଛନ୍ତି । କାର୍ତ୍ତିକ ମାସ ଚତୁର୍ଥୀ ତିଥିରେ ଏହି ବ୍ରତ ପାଳନ ହୋଇଥାଏ। ଏଥିପାଇଁ ପ୍ରରମ୍ପରା ମୁତାବକ ସୂର୍ଯ୍ୟୋଦୟ ପୂର୍ବରୁ ଭୋର 4 ଟାରୁ 5 ଟା ମଧ୍ୟରେ ମହିଳା ମାନେ ନିଜ ଶାଶୁଙ୍କ ଦ୍ଵାରା ପ୍ରଦତ୍ତ କିଛି ଭୋଗ ଗ୍ରହଣ କରି ପରେ ଦିନ ତମାମ ନିର୍ଜଳା ଉପବାସ କରିଥାନ୍ତି । ଏହାପରେ ପୂଜା ପାଇଁ ଅବଶ୍ୟକ ସାମଗ୍ରୀ ଧରି ପୂଜା ସ୍ଥଳକୁ ଆସିଥାନ୍ତି । ଏହାପରେ ମହିଳାମାନେ ଗୋବରରରେ ତିଆରି ମା’ ଗୌରୀଙ୍କ ପ୍ରତିମାର ପୂଜା ଆରଧନା କରିଥିଲେ । ମୁଖ୍ୟତଃ ନିଜ ସ୍ଵାମୀଙ୍କ ଶୁଭ କାମନା କରି ଏହି ପୂଜା ହୋଇଥାଏ । ଏହାପରେ ଚନ୍ଦ୍ରଙ୍କୁ ଦେଖିବା ପରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରି ନିଜ ନିଜର ସ୍ୱାମୀଙ୍କ ହାତରୁ ଜଳ ଗ୍ରହଣ କରି ଉପବାସ ଉପବାସ ଭଙ୍ଗ କରିବାର ପରମ୍ପରା ରହିଛି ।
ଏହି ବ୍ରତ ମୁଖ୍ୟତଃ ଉତ୍ତର ଭାରତ ଯଥା ଦିଲ୍ଲୀ, ପଞ୍ଜାବ, ହରିଆଣା ଆଦି ରାଜ୍ୟରେ ପାଳିତ ହୋଇଥାଏ । ତେବେ ସମ୍ବଲପୁରରେ ରହୁଥିବା ଉତ୍ତର ଭାରତୀୟ ମହିଳା ମାନେ ଆଜି ଏହି ପର୍ବ ଶ୍ରଦ୍ଧାର ସହ ପାଳନ କରିଛନ୍ତି । ଏନେଇ ଜଣେ ବ୍ରତଧାରୀ ମହିଳା କହିଛନ୍ତି ଯେ "ସ୍ୱାମୀର ଦୀର୍ଘାୟୁ କାମନା କରି କରଓ୍ବାଚୌଥ ବ୍ରତ ପାଳନ କରୁଛୁ । ପିଲାବେଳୁ ହିଁ ଆମେ ଏହି ବ୍ରତ କରୁଛୁ । କାର୍ତ୍ତିକ ମାସ ଚତୁର୍ଥୀ ତିଥିରେ ଉତ୍ତର ଭାରତରେ ଏହି ବ୍ରତ ପାଳନ କରାଯାଉଛି । ଦିନସାରା ନିର୍ଜଳା ଉପବାସ କରି ଏହି ପୂଜା କରୁଛୁ । ଆଜି ସୂର୍ଯ୍ୟୋଦୟ ପୂର୍ବରୁ ଭୋର 4 ଟାରୁ 5 ଟା ମଧ୍ୟରେ ଶାଶୁଙ୍କ ଦ୍ଵାରା ପ୍ରଦତ୍ତ କିଛି ଭୋଗ ଗ୍ରହଣ କରି ପରେ ଦିନ ତମାମ ନିର୍ଜଳା ଉପବାସ କରୁଛୁ । ଏଥିରେ ସମସ୍ତେ ସାମିଲ ହୋଇଥାନ୍ତି ।"
ଇଟିଭି ଭାରତ, ସମ୍ବଲପୁର