ସମ୍ବଲପୁର:ଜିଲ୍ଲାର ଦେବ୍ରିଗଡ ଅଭୟାରଣ୍ୟରେ ୫ ବର୍ଷ ପରେ ପୁଣି ଦେଖାଗଲା ମହାବଳ ବାଘ (Bengal tiger found at Debarigarh Sanctuary)। ଏନେଇ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର DFO ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ବାଘର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବନ ବିଭାଗର କର୍ମଚାରୀ ମୁତୟନ କରାଯିବା ସହ ୨୪ ଘଣ୍ଟା ବାଘର ଟ୍ରାକିଂ କରାଯାଇଛି ବୋଲି ସୂଚନା ଦିଆଯାଇଛି ।
ଦେବ୍ରିଗଡ ଅଭୟାରଣ୍ୟରେ ମହାବଳ ବାଘ, ସୁରକ୍ଷା ପାଇଁ ବନ ବିଭାଗର ପାଟ୍ରୋଲିଂ ଜାରି ଏହା ବି ପଢନ୍ତୁ- 2 ବର୍ଷ ପରେ ମାଆ କୋଳକୁ ଫେରିଲା ଝିଅ, ଷ୍ଟେସନରେ ଛାଡ଼ିଦେଇଥିଲେ ବାପା
ମହାବଳ ବାଘର ସୁରକ୍ଷା ପାଇଁ ୧୨ଟି ପାଟ୍ରୋଲିଂ ଟିମ ଓ ଟାଇଗର ମନିଟରିଂ ସେଲ ଗଠନ ହୋଇଥିବା ସୂଚନା ଦେଇଛନ୍ତି DFO । ବାଘର ସୁରକ୍ଷା ପାଇଁ ଆଖପାଖ ଅଞ୍ଚଳରେ ଥିବା ଶିକାରୀ ମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଛି। ଗତ ୧ ତାରିଖରେ ବାଘ ଜିରୋ ପଏଣ୍ଟ ଦେଇ ଅଭୟାରଣ୍ୟରେ ପ୍ରବେଶ କରୁଥିବା ବେଳେ ଜଣେ ପର୍ଯ୍ୟଟକ ଏହାର ଭିଡିଓ ସୁଟ କରିଥିଲେ। ତେବେ ବାଘ ପାଇଁ ଅଭୟାରଣ୍ୟରେ ଯଥେଷ୍ଟ ପରିମାଣ ଖାଦ୍ୟ ଥିବାର ସୂଚନା ଦେଇଛନ୍ତି DFO । ବାଘ ଯୋଗୁଁ ଆଖପାଖର ଜନବସତି ପାଇଁ ଭୟ ନଥିବା କହିଛନ୍ତି DFO । ଏହା ଅଣ୍ଡିରା ମହାବଳ ବାଘ ବୋଲି ସୂଚନା ଦିଆଯାଇଛି। ଏହା ଦ୍ବାରା ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ଓ ଜଙ୍ଗଲ ସୁରକ୍ଷା ହେବ ବୋଲି କହିଛନ୍ତି DFO ।
ଇଟିଭି ଭାରତ, ସମ୍ବଲପୁର