ଓଡିଶା

odisha

ETV Bharat / state

ସରକାରୀ ଯୋଜନାରେ ଅସୁରକ୍ଷିତ ହିତାଧିକାରୀ

ଗରିବଙ୍କ ପାଇଁ ସରକାରୀ ଯୋଜନାରେ ଗୋଟିଏ ସ୍ଥାନରେ ତିଆରି ହୋଇଥିବା 54ଟି ଘରକୁ ଗୋଟିଏ ବର୍ଷ ହୋଇନଥିବା ବେଳେ ଅତି ନିମ୍ନମାନର କାମ ଯୋଗୁଁ ଘରଗୁଡିକ ଫାଟି ଆଁ କଲାଣି । ଏଥିଯୋଗୁଁ ଏଠାରେ ଥିବା 54ଟି ଘର ଥିବାବେଳେ ରହୁଛନ୍ତି ମାତ୍ର 7 ଟି ପରିବାର ।

By

Published : Jun 25, 2019, 11:23 PM IST

Updated : Jun 25, 2019, 11:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଗରିବ ବାସହରା ଲୋକଙ୍କୁ ଘର ଯୋଗାଇବା ପାଇଁ ରହିଛି ଅନେକ ସରକାରୀ ଯୋଜନା । କିନ୍ତୁ ଏହି ସରକାରୀ ଯୋଜନା ନାଁରେ ଅନେକ ସମୟରେ ବହୁ ଦୁର୍ନୀତି ହୋଇଥାଏ । ଏହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନକଉଡ ବ୍ଲକ କଲାମାଟି ପଞ୍ଚାୟତର ବେହେରାଟିକ୍ରା ଗ୍ରାମରେ ହୋଇଥିବା ଗ୍ରାମୀଣ ଆବାସ କଲୋନୀରେ। ଗରିବ ଲୋକଙ୍କ ପାଇଁ ସରକାରୀ ଯୋଜନାରେ ଗୋଟିଏ ସ୍ଥାନରେ ତିଆରି ହୋଇଥିବା 54 ଟି ଘରକୁ ଗୋଟିଏ ବର୍ଷ ହୋଇନଥିବା ବେଳେ ଅତି ନିମ୍ନମାନର କାମ ଯୋଗୁଁ ଘରଗୁଡିକ ଫାଟି ଆଁ କଲାଣି । ଫଳରେ ଏଠାରେ 54 ଟି ଘର ଥିବାବେଳେ ରାହୁଛନ୍ତି ମାତ୍ର 7 ଟି ପରିବାର।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହି କଲୋନୀ କୁ ଗତବର୍ଷ ଅଗଷ୍ଟ ମାସରେ ତତ୍କାଳୀନ ସାଂସଦ ଉଦଘାଟନ କରିଥିଲେ । ତେବେ ଏହାରି ଭିତରେ ପାଖାପାଖି ବର୍ଷେ ପୁରିବାକୁ ଥିବା ବେଳେ ଏଠାରେ ରହୁଛନ୍ତି ମାତ୍ର 7 ଟି ପରିବାର । ଆଉ ଏହାର ମୁଖ୍ୟ କାରଣ ହେଉଛି ଘରଗୁଡିକର ନିମ୍ନ ମାନର କାମ । ବର୍ଷେ ନପୂରୁଣୁ ଘରର ଛାତ ଓ କାନ୍ଥ ଫାଟି ଆଁ କଲାଣି । ଫଳରେ କିଛି ଲୋକେ ଏଠାରେ ବାଧ୍ୟ ହୋଇ ବିପଦଜନକ ଅବସ୍ଥାରେ ରହୁଥିବା ବେଳେ ଅଧିକାଂଶ ଲୋକ ଏଠାରେ ରହିବାକୁ ଭୟ କରୁଛନ୍ତି । ଫଳରେ ଯେ କୌଣସି ମୁହୂର୍ତ୍ତରେ ରେ କିଛି ବି ଅଘଟଣର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଘର ପିଛା 1 ଲକ୍ଷ 30 ହଜାର ଟଙ୍କାର ତିଆରି ହୋଇଥିବା ଏହି ଘରକୁ ନିୟମ ଅନୁଯାୟୀ ନିଜେ ହିତାଧିକାରୀ ମାନେ ତିଆରି କରିବା କଥା ତେବେ ଠିକାଦାର ଦ୍ୱାର ଏହି ଘର ନିର୍ମାଣ ହୋଇଥିବାରୁ ଏହା ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗ ଜିଲ୍ଲାପାଳଙ୍କ ଠାରେ ପହଞ୍ଚିଥିବା କହିଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ । ଏକ ଟେକ୍ନିକାଲ ଟିମ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଲା ପରେ କିଛି ଅନିୟମିତତା ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 25, 2019, 11:31 PM IST

ABOUT THE AUTHOR

...view details