ଓଡିଶା

odisha

By

Published : Mar 5, 2021, 10:18 AM IST

Updated : Mar 5, 2021, 10:24 AM IST

ETV Bharat / state

ଭିମସାରର ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଭେଟିଲେ ସୁରେଶ ପୂଜାରୀ

ଭିମସାରରେ ଅବ୍ୟବସ୍ଥା ନେଇ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ସାଂସଦ ସୁରେଶ ପୂଜାରୀ ଭେଟିଛନ୍ତି । ଅଧିକ ପଢନ୍ତୁ...

ଭିମସାରର ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଭେଟିଲେ ସୁରେଶ ପୂଜାରୀ
ଭିମସାରର ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଭେଟିଲେ ସୁରେଶ ପୂଜାରୀ

ସମ୍ବଲପୁର:ଜିଲ୍ଲାର ବୁର୍ଲାଠାରେ ଥିବା ମେଡିକାଲ କଲେଜ ଭିମସାରରେ ଆନ୍ଦୋଳନରତ ନର୍ସିଂ ଛାତ୍ର ଛାତ୍ରୀଙ୍କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଭେଟିଛନ୍ତି । ତେବେ ଛାତ୍ରଛାତ୍ରୀମାନେ ବେଆଇନ ଫି ସଂଗ୍ରହ ସହିତ ଅନେକ ସମସ୍ୟା ବିରୋଧରେ ଆନ୍ଦୋଳନ କରୁଥିବା ଜଣାପଡିଛି ।

ଭିମସାରର ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଭେଟିଲେ ସୁରେଶ ପୂଜାରୀ

ବିଗତ 21 ଦିନରୁ ଊର୍ଦ୍ଧ୍ବ ସମୟ ଧରି ବୁର୍ଲାର ନର୍ସିଂ ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି । ମୁଖ୍ୟତଃ ରସିଦ ନଦେଇ ବେଆଇନ ଫି ସଂଗ୍ରହ, ନର୍ସିଂ କଲେଜରେ ଭିତ୍ତିଭୂମିର ଅଭାବ, ଫ୍ୟାକଲ୍ଟି ଅଭାବ, ଲାଇବ୍ରେରୀର ସମସ୍ୟା ଆଦିର ସମାଧାନ ଦାବିରେ ଏହି ଛାତ୍ରଛାତ୍ରୀ ଆନ୍ଦୋଳନ କରିଆସୁଛନ୍ତି।

ଏଭଳି ସ୍ଥିତିରେ ବରଗଡ଼ ସାଂସଦ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟି ଏହି ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ଏହି ସମସ୍ୟାର ସମାଧାନ ପାଇଁ ସେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସାଂସଦ କହିଛନ୍ତି । ତେବେ ରାଜ୍ୟ ସରକାର ନିଜେ ରୁଗ୍ଣ ହୋଇ ପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କ ଦାବି ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସାଂସଦ ସୁରେଶ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 5, 2021, 10:24 AM IST

ABOUT THE AUTHOR

...view details