ଓଡିଶା

odisha

ETV Bharat / state

ଲକଡାଉନ ଯୋଗୁଁ କ୍ଷତିପୂରଣ ଦାବି କଲା ବାରିକ ସମାଜ - କ୍ଷତିପୂରଣ

ସେଲୁନ ଖୋଲିବାକୁ ସରକାର ଅନୁମତି ଦିଅନ୍ତୁ ନଚେତ କ୍ଷତିପୂରଣ ପ୍ୟାକେଜ ଘୋଷଣା କରିବାକୁ ସମ୍ବଲପୁର ବାରିକ ସମାଜ ଦାବି କରିଛି । ଅଧିକ ପଢନ୍ତୁ...

ଲକଡାଉନରେ କ୍ଷତିପୂରଣ ଦାବି କଲା ବାରିକ ସମାଜ
ଲକଡାଉନରେ କ୍ଷତିପୂରଣ ଦାବି କଲା ବାରିକ ସମାଜ

By

Published : Jun 17, 2021, 7:40 PM IST

ସମ୍ବଲପୁର:ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ସେଲୁନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇନଥିବାରୁ ବାରିକ ସମାଜର ଲୋକେ ନିଜର ଜୀବିକା ହରାଇ ଅସୁବିଧାର ସମ୍ମୁଖୀନ ହେଉଥିବା ଜିଲ୍ଲାର ବାରିକ ସମାଜ ଅଭିଯୋଗ କରିଛି। ଏଣୁ ସରକାର ସେଲୁନ ଖୋଲିବାକୁ ଅନୁମତି ଦିଅନ୍ତୁ ନଚେତ ବାରିକ ସମାଜକୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛି ସମ୍ବଲପୁର ବାରିକ ସମାଜ।

ଲକଡାଉନ ଯୋଗୁଁ କ୍ଷତିପୂରଣ ଦାବି କଲା ବାରିକ ସମାଜ

କୋଭିଡ ଯୋଗୁଁ ବର୍ତ୍ତମାନ ସାରା ରାଜ୍ୟରେ କଟକଣା ଜାରି ରହିଛି। ପଶ୍ଚିମ ଓ ଦକ୍ଷିଣ ଓଡିଶାର 17ଟି ଜିଲ୍ଲାରେ କଟକଣାରେ ଗୁରୁବାରଠାରୁ ଆଂଶିକ କୋହଳ କରାଯାଇଛି। କିନ୍ତୁ ସେଲୁନ ଖୋଲିବାକୁ ସରକାର ଏଯାଏଁ ଅନୁମତି ଦେଇନାହାନ୍ତି । ବାରିକ ସମାଜ ନିଜ ଜୀବିକା ହରାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ସରକାର ସେଲୁନ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ସମ୍ବଲପୁର ବାରିକ ସମାଜ ଦାବି କରିଛନ୍ତି ।

ଯଦି ସରକାର ସେଲୁନ ଖୋଲିବାକୁ ଅନୁମତି ଦେଉନାହାନ୍ତି ତେବେ କ୍ଷତିପୂରଣ ପ୍ୟାକେଜ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ବାରିକ ସମାଜ ଲିଖିତ ଦାବିପତ୍ର ପ୍ରଦାନ କରିଛି । ଘରଭଡା, ବ୍ୟାଙ୍କ ଋଣ ସୁଝିବା, ପିଲାଙ୍କ ସ୍କୁଲ ଫି ଦେବା ସହ ଘର ଚଲାଇବାରେ ବହୁତ ଅସୁବିଧା ହେଉଥିବା ବାରିକ ସମାଜ ପକ୍ଷରୁ କୁହାଯାଇଛି। ଏହି ସବୁ ସମସ୍ୟାର ସମାଧାନ ନେଇ ଗୁରୁବାର ବାରିକ ସମାଜର ଶହ ଶହ ସଦସ୍ୟ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଥାଶୀଘ୍ର ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ବାରିକ ସମାଜ ସେଲୁନ ଖୋଲିବାକୁ ବାଧ୍ୟ ହେବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details