ଓଡିଶା

odisha

ETV Bharat / state

ସମ୍ବଲପୁର ଫେକ ସାର୍ଟିଫିକେଟ ମାମଲା, 3ଟିରେ ରହିଛି ବଲାଙ୍ଗୀର ଲିଙ୍କ - ନକଲି ସାର୍ଟିଫିକେଟ

ସମ୍ବଲପୁରରେ ଡାକ ବିଭାଗରେ ଚାକିରି ଆଶୟୀଙ୍କ ମିଳିଥିବା 6ଟି ନକଲି ସାର୍ଟିଫିକେଟ ମଧ୍ୟରୁ 3ଟିରେ ରହିଛି ବଲାଙ୍ଗୀର ଲିଙ୍କ। ଅଧିକ ପଢନ୍ତୁ

Sambalpur fake certificate case
Sambalpur fake certificate case

By

Published : Apr 11, 2023, 8:23 AM IST

ସମ୍ବଲପୁର ଫେକ ସାର୍ଟିଫିକେଟ ମାମଲା

ସମ୍ବଲପୁର: ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଅନ୍ୟପଟେ ଜାଲ ସାର୍ଟିଫିକେଟ ଚେର ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ ସମ୍ବଲପୁରରେ ଡାକ ବିଭାଗ ପକ୍ଷରୁ ଜାଲ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରିଥିବା 6 ଜଣ ଆଶାୟୀଙ୍କ ନାଁରେ ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସେମାନଙ୍କ ମଧ୍ୟରୁ 3ଜଣଙ୍କ ସାର୍ଟିଫିକେଟ ବଲାଙ୍ଗୀର ଲିଙ୍କ ରହିଥିବା ନେଇ ପୋଲିସ ସ୍ପଷ୍ଟ କରିଛି । ତେବେ ଅନ୍ୟ 3ଟି ସାର୍ଟିଫିକେଟ କେଉଁ ଲିଙ୍କ୍‌ ରହିଛି ପୋଲିସ ଟେକ୍ନିକାଲ ଟିମ ସହ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ।

ଏନେଇ ସମ୍ବଲପୁର ଡିଭିଜନର ଡାକ ବିଭାଗର ଅଧୀକ୍ଷକ ବିପିନ ବିହାରୀ ନେଗୀ କହିଛନ୍ତି ଯେ, ଡାକ ବିଭାଗରେ ଚାକିରି କରିବା ପାଇଁ ଆବେଦନ କରିଥିବା ୬ ଜଣ ସନ୍ଦିଗ୍ସ ସାର୍ଟିଫିକେଟ ଥିବା ଆଶାୟୀଙ୍କ ଡକ୍ୟୁମେଣ୍ଟ ଚେକ କଲା ପରେ ସନ୍ଦେହ ହୋଇଥିଲା। ଓଡିଆ ଏବଂ ଇଂରାଜୀ ବିଷୟରେ ୯୫ ପ୍ରତିଶତରୁ ଅଧିକ ଲେଖାଏଁ ମାର୍କ ପାଇଥିବାରୁ ସନ୍ଦେହ ହେବାପରେ ଡାକ ବିଭାଗର ଅଧିକ୍ଷକ 6 ଜଣଙ୍କୁ ନେଇ ଇଂରାଜୀ ଓ ଓଡ଼ିଆରେ କିଛି ଲେଖିବାକୁ କହିଥିଲେ । ହେଲେ ସେମାନେ ଇଂରାଜୀ କି ଓଡ଼ିଆରେ ନିର୍ଭୁଲ ଭାବେ ଲେଖି ପାରିନଥିଲେ । ଏହାସହ ସମସ୍ତଙ୍କ ସାର୍ଟିଫିକେଟ ଉତ୍ତର ପ୍ରଦେଶ ବୋର୍ଡର ହୋଇଥିବା ବେଳେ ୟୁପିରେ ଓଡ଼ିଆ ଭାଷା କେଉଁଠୁ ଆସିଲା ବୋଲି ସନ୍ଦେହ ଆହୁରି ହୋଇଥିଲା । ଅନ୍ୟପଟେ ୱେବ୍‌ସାଇଟରେ ମାର୍କ ସିଟ ନଥିଲା । 6 ଜଣଙ୍କ ନାମରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦିଆଯାଇଥିବା କହିଛନ୍ତି ଡାକ ବିଭାଗର ଅଧୀକ୍ଷକ ।

ସୂଚନା ଅନୁସାରେ, ସମ୍ବଲପୁର ଡିଭିଜନର 4 ଟି ଜିଲ୍ଲାର ଡାକ ବିଭାଗରେ ବାହାରିଥିବା 96 ଟି ପଦବୀ ପାଇଁ ଅନେକ ଆଶାୟୀ ସାରା ରାଜ୍ୟରୁ ଆବେଦନ କରିଥିଲେ । ହେଲେ ସେମାନଙ୍କ ମଧ୍ୟରୁ 6 ଜଣ ଆଶାୟୀଙ୍କ ସାର୍ଟିଫିକେଟରେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଥିଲା। ସେଠାରେ ସେମାନଙ୍କ ସାର୍ଟିଫିକେଟରେ ଓଡିଆ ଏକ ବିଷୟ ବୋଲି ଉଲ୍ଲେଖ ରହିଥିଲା। ଯାହାକି ଏହି ଘଟଣାକୁ ସନ୍ଦେହ ଘେରକୁ ଆଣିଥିଲା । ତେବେ ଏହି ଫେକ୍‌ ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଲିଙ୍କ୍‌ ରହିଥିବା କହିଛନ୍ତି ସମ୍ବଲପୁର ସଦର ଏସ୍‌ଡିପିଓ ।

6ଟି ଫେକ ସାର୍ଟିଫିକେଟରୁ 3ଟି ର ବଲାଙ୍ଗୀର ଲିଙ୍କ୍‌ ରହିଥିବା ସୂଚନା ମିଳିଛି । ଅନ୍ଯ 3ଟି ସାର୍ଟିଫିକେଟର ଲିଙ୍କ ଖୋଜୁଛି ସମ୍ବଲପୁର ପୋଲିସ । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତ ଧରାପଡିବେ ବୋଲି ସଦର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି । ଫେକ୍‌ ସାର୍ଟିଫିକେଟ ଅଭିଯୋଗ ଆସିଥିବା ସବୁ ଜିଲ୍ଲାକୁ ପୋଲିସ ଟିମ ଯାଇଛି ଓ ସେମାନଙ୍କୁ ଟେକ୍ନିକାଲ ସପୋର୍ଟ ଦିଆଯାଉଥିବା ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details