ଓଡିଶା

odisha

ETV Bharat / state

Sambalpur Panchayat Polls: ଡ଼ାକ୍ତର ଚାକିରୀ ଛାଡି ନିର୍ବାଚନ ମଇଦାନରେ ସିମନ୍ତିନି - ପଞ୍ଚାୟତ ନିର୍ବାଚନ ୨୦୨୨

ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏବେ ରାଜନୀତି ମୁହାଁ ହେଉଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଡ଼ାକ୍ତର ଚାକିରୀ ଛାଡି ନିର୍ବାଚନ ମଇଦାନରେ ସିମନ୍ତିନି । ଅଧିକ ପଢନ୍ତୁ

Sambalpur Panchayat Polls : ଡ଼ାକ୍ତରୀ ଚାକିରୀ ଛାଡି ନିର୍ବାଚନୀ ମଇଦାନରେ ସିମନ୍ତିନି
Sambalpur Panchayat Polls : ଡ଼ାକ୍ତରୀ ଚାକିରୀ ଛାଡି ନିର୍ବାଚନୀ ମଇଦାନରେ ସିମନ୍ତିନି

By

Published : Jan 29, 2022, 1:00 PM IST

ସମ୍ବଲପୁର: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମାଜର ସାମୂହିକ ବିକାଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି କିଛି ଉଚ୍ଚଶିକ୍ଷିତା । ପାରମ୍ପରିକ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଛାଡି ଏବେ ବିଭିନ୍ନ କ୍ଷେତ୍ରରୁ ପ୍ରାର୍ଥୀ ନାମାନଙ୍କ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଫାସୀମାଲ ଗାଁର ଡ଼ାକ୍ତର ସିମନ୍ତିନି ବରିହା ।

Sambalpur Panchayat Polls : ଡ଼ାକ୍ତରୀ ଚାକିରୀ ଛାଡି ନିର୍ବାଚନୀ ମଇଦାନରେ ସିମନ୍ତିନି

ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ରୁ BAMS କରି ସମ୍ବଲପୁରର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଆୟୁଷ ଡାକ୍ତର ଭାବେ ଚାକିରୀ କରୁଥିଲେ ସିମନ୍ତିନି ବରିହା । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଜମେନକିରା ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜ ଅଞ୍ଚଳର ଲୋକଙ୍କ ସେବା ପାଇଁ ରାଜନୀତି ମଇଦାନକୁ ଆସିଥିବା କହିଛନ୍ତି ।ତାଙ୍କ ପାଖରେ ରାଜନୈତିକ ଅଭିଜ୍ଞତା ନାହିଁ କିନ୍ତୁ ଲୋକଙ୍କ ସେବା କରିବାର ମନବୃତି ନେଇ ରାଜନୀତିକୁ ଆସିଥିବା କଥା କହିଛନ୍ତି ଡ଼ାକ୍ତର ସିମନ୍ତିନି ବରିହା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details