ସମ୍ବଲପୁର: ଅଟୋ ଓଲଟି ୧ ମୃତ ୧୦ ରୁ ଉର୍ଦ୍ଧ୍ବ ଆହତ । ଏହି ଦୁର୍ଘଟଣାଟି ସମ୍ବଲପୁର ଜିଲ୍ଲାର ମାନେଶ୍ବର ବ୍ଲକ ଠାକୁରମାଲରେ ଘଟିଛି। ମିଳିଥିବା ଖବର ଅନୁସାରେ, ରଙ୍ଗିଆଟିକରା ଗ୍ରାମର ୧୭ ଜଣ ପୁରୁଷ ଓ ମହିଳା ଖଜୁରୀପାଲିକୁ ମଜୁରୀ କାମ କରିବା ପାଇଁ ଯାଇଥିଲେ । କାମସାରି ଅଟୋରେ 17 ଜଣ ଘରକୁ ଫେରୁଥିବାବେଳେ ଠାକୁର ମାଲଠାରେ ରାସ୍ତା ଉପରକୁ ଗୋଟିଏ ଗାଇ ଆସିଯିବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଭାରସାମ୍ୟ ହରାଇ ଓଲଟିଲା ଅଟୋ 1 ମୃତ, 10 ଆହତ - one dead
ଅଟୋ ଓଲଟି 1 ମୃତ, 10 ଆହତ । ଠିକାକାମ କରିବାକୁ ଯାଉଥିବା 17 ଜଣ କର୍ମଚାରୀ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଓଭରଲୋଡ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ପାଖରୁ ଜଣାପଡ଼ିଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର
ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 16 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଓଭରଲୋଡ ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ପାଖରୁ ଜଣାପଡ଼ିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ