ସମ୍ବଲପୁର: କୋଭିଡ ମହାମାରୀ ଯୋଗୁଁ ପାଖାପାଖି ଗୋଟିଏ ବର୍ଷ ପାଇଁ ସବୁ ସ୍କୁଲ ବନ୍ଦ ହୋଇଗଲା। ଆଉ ଚଳିତବର୍ଷ ଜାନୁଆରୀ 8 ତାରିଖରେ 10ମ ଶ୍ରେଣୀ ପାଇଁ ସ୍କୁଲ ଖୋଲିଲା। ପରବର୍ତ୍ତୀ ସମୟରେ ଫେବ୍ରୁଆରୀ 8 ରେ ମଧ୍ୟ 9ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଲା। ହେଲେ କୋଭିଡ ଭୟରେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏପର୍ଯ୍ୟନ୍ତ ସ୍ବଭାବିକ ହୋଇପାରିନି।
ଗତବର୍ଷ ସାରା ବିଶ୍ବ ଦେଖିଥିଲା କୋଭିଡର କରାଳ ରୂପ। ଚଳିତବର୍ଷରେ ନୂଆ ଆଶା ଆଣିଥିଲା କୋଭିଡ ପ୍ରତିଷେଧକ ଟୀକା। ଆଉ ଏହି କୋଭିଡ କଟକଣା ଭିତରେ 9ମ ଓ 10ମ ଶ୍ରେଣୀ ପାଇଁ ସ୍କୁଲ ମଧ୍ୟ ଖୋଲିଥିଲା।ତେବେ ଅବିଭାବକ ମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ମନ ଭିତରୁ କୋଭିଡ ଭୟ ଲିଭିନି। ଆଉ ଏହାର ପ୍ରଭାବ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ପଡୁଥିବା ଦେଖାଯାଇଛି।
ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ଆସୁଥିଲେ ମଧ୍ୟ କୋଭିଡ ପୂର୍ବ ପରି ସ୍ଥିତି ସ୍ବଭାବିକ ହୋଇପାରିନି। ସ୍କୁଲ ଗୁଡିକର ଉପସ୍ଥାନ ହାର କମୁଥିବା ପରିଲକ୍ଷିତ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀ କୋଭିଡ ଭୟକୁ ଦାୟୀ କରିଛନ୍ତି। ଅଭିଭାବକମାନେ ନିଜର ପିଲାଙ୍କୁ ସ୍କୁଲକୁ ପଠାଇବାକୁ ଅନିଚ୍ଛା ପ୍ରକଟ କରୁନାହାନ୍ତି ସତ ତେବେ ସେମାନେ କୋଭିଡ ଭୟରେ ନିଜର ପିଲାଙ୍କୁ ସ୍କୁଲକୁ ପଠେଇବାକୁ ଚାହୁଁ ନଥିବା ଶିକ୍ଷାବିତ କହିଛନ୍ତି।