ସମ୍ବଲପୁର:କୋଭିଡ କଟକଣାରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ମଣ୍ଡପ ଗୁଡ଼ିକରେ ମହାଷ୍ଟମୀ ପୂଜା ଜାରି ରହିଥିବାବେଳେ ପୀଠରେ ହେଉଛି ନବମୀ ପୂଜା । ସମ୍ବଲପୁରର ପ୍ରମୁଖ ପୂଜା ମଣ୍ଡପ ଗୁଡିକରେ ମହାଷ୍ଟମୀ ପୂଜା ଜାରି ରହିଛି ।
କଟକଣାରେ ମହାଷ୍ଟମୀ, ବିନା ଶ୍ରଦ୍ଧାଳୁରେ ଚାଲିଛି ପୂଜାର୍ଚ୍ଚନା - ସମ୍ବଲପୁର ଦଶହରା
କୋଭିଡ କଟକଣାରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ମଣ୍ଡପ ଗୁଡ଼ିକରେ ମହାଷ୍ଟମୀ ପୂଜା ଜାରି ରହିଥିବାବେଳେ ପୀଠରେ ହେଉଛି ନବମୀ ପୂଜା । ଅଧିକ ପଢନ୍ତୁ...
![କଟକଣାରେ ମହାଷ୍ଟମୀ, ବିନା ଶ୍ରଦ୍ଧାଳୁରେ ଚାଲିଛି ପୂଜାର୍ଚ୍ଚନା astamipuja in different puja mandap of sambalpur](https://etvbharatimages.akamaized.net/etvbharat/prod-images/768-512-13345928-thumbnail-3x2-sambalpur.jpg)
ସମ୍ବଲପୁରରେ କୋଭିଡ କଟକଣା ମଧ୍ୟରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା । ମୁଖ୍ୟତଃ ଧନୁପାଲି, ଗୋବିନ୍ଦତୋଳା, ଫାଟକ, ସାକ୍ଷୀପଡା, ଜିଲ୍ଲା ସ୍କୁଲ ଛକ ଆଦି ପୂଜା ମଣ୍ଡପରେ ଅଷ୍ଟମୀ ପୂଜା ହୋଇଛି । ସମ୍ବଲପୁର ଏସପିଙ୍କ ତାଗିଦ ପରେ ଆଜି ସମସ୍ତ ପୂଜା ମଣ୍ଡପରେ ବିନା ଶ୍ରଦ୍ଧାଳୁରେ ଜାରି ରହିଛି ପୂଜାର୍ଚ୍ଚନା । ମଣ୍ଡପର ସମ୍ମୁଖରେ ପରଦା ଢାଙ୍କି ଦିଆଯାଇଛି । କେବଳ ପୂଜକ ଓ କର୍ତ୍ତାଙ୍କ ସହ 5 ଜଣଙ୍କୁ ନେଇ ମହାଷ୍ଟମୀ ପୂଜା ଚାଲିଛି । ତେବେ ଆଜି ସନ୍ଧ୍ୟାରେ ମଣ୍ଡପ ଗୁଡିକରେ ସନ୍ଧି ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ