ଓଡିଶା

odisha

ETV Bharat / state

କଳାକାରଙ୍କ ଜୀବନରେ ଅମାବାସ୍ୟା ଲକଡାଉନ, ଜୀବିକା ହରାଉଛନ୍ତି ଶହଶହ ଆଟିଷ୍ଟ - Artists face tough time in lockdown

ବର୍ତ୍ତମାନ କୋରୋନା ଏହି କଳାକାରଙ୍କ ପାଇଁ ସାଜିଛି ଅଭିଶାପ । ମୁଖ୍ୟତଃ ମାର୍ଚ୍ଚ ମାସରୁ ବିବାହ, ବ୍ରତ, ସରକାରୀ କାର୍ଯ୍ୟକ୍ରମ ତଥା ସ୍କୁଲ କଲେଜ ଗୁଡ଼ିକରେ ହେଉଥିବା ସଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରି ଏମାନେ ଦି ପଇସା ରୋଜଗାର କରି ଜୀବନ କଟୁଥିଲେ । ମାତ୍ର ଏହି ଲକଡାଉନରେ ସବୁ ବନ୍ଦ ହୋଇଗଲା । ଅଧିକ ପଢନ୍ତୁ..

କଳାକାରଙ୍କ ଜୀବନରେ ଅମାବାସ୍ୟା ଲକଡାଉନ, ଜୀବିକା ହରାଉଛନ୍ତି ଶହ ଶହ ଆଟିଷ୍ଟ
କଳାକାରଙ୍କ ଜୀବନରେ ଅମାବାସ୍ୟା ଲକଡାଉନ, ଜୀବିକା ହରାଉଛନ୍ତି ଶହ ଶହ ଆଟିଷ୍ଟ

By

Published : Jul 6, 2020, 6:36 PM IST

ସମ୍ବଲପୁର: କୋଭିଡ 19ର ମୁକାବିଲା ପାଇଁ କରାଗଲା ଲକଡାଉନ । ତେବେ ଏହି ଲକଡାଉନରେ କାହାର ଚାକିରୀ ଗଲା ତ କାହାର ଦରମା କଟିଲା । ଗରିବଙ୍କ ପାଇଁ ସରକାର ସହାୟତା ପ୍ରଦାନ କଲେ । ହେଲେ ଲୋକଙ୍କ ମନୋରଞ୍ଜନ କରୁଥିବା କଳାକାରଙ୍କ ପାଇଁ କୌଣସି ସରକରୀ ସହାୟତା ମିଳିଲାନି । ଫଳରେ ମାନେ କଳାକୁ ହିଁ ଜୀବନ ଜୀବିକାର ମୁଖ୍ୟ ପନ୍ଥା ଭାବେ ଗ୍ରହଣ କରିଥିବା ଶହ ଶହ କଳାକାର ଏବେ ସମସ୍ୟାରେ ।

କଳାକାରଙ୍କ ଜୀବନରେ ଅମାବାସ୍ୟା ଲକଡାଉନ, ଜୀବିକା ହରାଉଛନ୍ତି ଶହ ଶହ ଆଟିଷ୍ଟ

ବର୍ତ୍ତମାନ କୋରୋନା ଏହି କଳାକାରଙ୍କ ପାଇଁ ସାଜିଛି ଅଭଶାପ । ମୁଖ୍ୟତଃ ମାର୍ଚ୍ଚ ମାସରୁ ବିବାହ, ବ୍ରତ, ସରକାରୀ କାର୍ଯ୍ୟକ୍ରମ ତଥା ସ୍କୁଲ କଲେଜ ଗୁଡ଼ିକରେ ହେଉଥିବା ସଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରି ଏମାନେ ଦି ପଇସା ରୋଜଗାର କରି ଜୀବନ କଟୁଥିଲେ । ମାତ୍ର ଏହି ଲକଡାଉନରେ ସବୁ ବନ୍ଦ ହୋଇଗଲା । ସେ ସମ୍ବଲପୁରୀ କଳାକାର ହୁଅନ୍ତୁ କି ଅର୍କେଷ୍ଟ୍ରା( ମେଲୋଡି) କଳାକାର ସମସ୍ତେ ଏବେ ଘୋର ଅର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ସମ୍ବଲପୁର ଜିଲ୍ଲାରେ ପ୍ରାୟ 500 କଳାକାର ନିଜର ପେଟ ପାଟଣା ପାଇଁ ସଂଘର୍ଷ କରୁଥିବା ନିଜେ କେତେକ ମେଲୋଡି ପାର୍ଟି ମାଲିକ ଦାବି କରନ୍ତି ।

କେବଳ ଯେ କଳାକାର ପ୍ରଭାବିତ ହୋଇଛନ୍ତି ତାହା ନୁହେଁ । ଅନେକ ସଂସ୍ଥା ଯେଉଁମାନେ ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି ଅଥବା ନିଜର ସାଂସ୍କୃତିକ ଦଳ ରହିଛି ସେମାନେ ମଧ୍ୟ ଘୋର ଅର୍ଥିକ ସଙ୍କଟରେ ଅଛନ୍ତି । କଳାକାରକୁ କଳା ପରିବେଷଣ କରିବାକୁ ମଞ୍ଚ ମିଳୁନି । ଏହାଦ୍ବାରା ଅର୍ଥିକ ସମସ୍ୟା ବଢିଚାଲିଛି । କେତେକ ସାଂସ୍କୃତିକ ଦଳ ଘର ମାଲିକଙ୍କଠୁ ବିତାଡିତ ମଧ୍ୟ ହୋଇଛନ୍ତି । କୌଣସି ପ୍ରକାରେ ଅନ୍ୟତ୍ର ନିଜର ସ୍କୁଲ ଚଳାଉଛନ୍ତି । ଏପଟେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ମାସିକ ଫିସ ଦେବାରେ ଅସମର୍ଥ । ଛୋଟ ଛୋଟ କାର୍ଯ୍ୟକ୍ରମରେ ଏହି କୁନି କଳାକାର ଯାହା କିଛି ରୋଜଗାର କରୁଥିଲେ ତାହା ମଧ୍ୟ ବନ୍ଦ ହୋଇଯାଇଛି । ପୂର୍ବରୁ ରାଜ୍ୟ ତଥା ଦେଶ ବାହାରେ ବିଭିନ୍ନ କାର୍ଯ୍ୟକ୍ରମର ମଞ୍ଚରେ ଏହି କଳାକାର ଦଳ ନିଜର କଳା ପରିବେଷଣ କରି ଯେଉଁ ରୋଜଗାର କରୁଥିଲେ ସେଥିରେ ସ୍କୁଲ ପରିଚାଳନା ହେବା ସହ ତଥା ଗରିବ ପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳୁଥିଲା । ମାତ୍ର ବର୍ତ୍ତମାନ ସବୁ ଠପ ହୋଇଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସମନ୍ ରଣା, ଇଟିଭି ଭାରତ

ABOUT THE AUTHOR

...view details