ଓଡିଶା

odisha

ETV Bharat / state

କେମିତି ଜଳାଭାବ ମେଣ୍ଟାଉଛି ସମ୍ବଲପୁର ଜିଲ୍ଲା ଅଗ୍ନିଶମ ବିଭାଗ ? - ଗ୍ରୀଷ୍ମରେ ଅଗ୍ନି ଦୁର୍ଘଟଣା ରୋକିବା ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ବିଭାଗ

ଖରାଦିନେ ତାପମାତ୍ରା ବୃଦ୍ଧି ପାଇଥାଏ ଏବଂ ଅଗ୍ନି ଜନିତ ଦୁର୍ଘଟଣା ଘଟିଥାଏ। କେଉଁଠି ଜଙ୍ଗଲ ଜଳିଥାଏ ତ କେଉଁଠି ଘର ଆଉ ଦୋକାନ। ଏଭଳି ପରିସ୍ଥିତିରେ ଖରା ଦିନେ ଅଗ୍ନିଶମ ବିଭାଗର ଦାୟିତ୍ବ ବଢିଥାଏ। ତେବେ ଖରା ଦିନେ ପ୍ରାକୃତିକ ଜଳସ୍ରୋତ ଗୁଡ଼ିକରେ ଜଳ ଅଭାଵ ଦେଖାଯାଉଥିବା ବେଳେ ଅଗ୍ନିଶମ ବିଭାଗ ଏହି ଜଳାଭାଵ କିପରି ଜଳର ଚାହିଦା ପୂରଣ କରୁଛନ୍ତି । ସେ ନେଇ ସମ୍ବଲପୁରରୁ ଦେଖନ୍ତୁ ସ୍ପେଶାଲ ରିପୋର୍ଟ । ଅଧିକ ପଢନ୍ତୁ...

ଗ୍ରୀଷ୍ମରେ ଅଗ୍ନି ଦୁର୍ଘଟଣା ରୋକିବା ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ବିଭାଗ
ଗ୍ରୀଷ୍ମରେ ଅଗ୍ନି ଦୁର୍ଘଟଣା ରୋକିବା ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ବିଭାଗ

By

Published : Apr 14, 2021, 12:28 PM IST

ସମ୍ବଲପୁର: ଖରାଦିନେ ଆସିବା ସହ ତାପମାତ୍ରା ବୃଦ୍ଧି ପାଇଥାଏ। ଆଉ ଏହା ସହ ବୃଦ୍ଧି ପାଇଥାଏ ଅଗ୍ନି ଜନିତ ଦୁର୍ଘଟଣା। କେଉଁଠି ଜଙ୍ଗଲ ଜଳିଥାଏ ତ କେଉଁଠି ଘର ଆଉ ଦୋକାନ।ଏଭଳି ପରିସ୍ଥିତିରେ ଖରା ଦିନେ ଅଗ୍ନିଶମ ବିଭାଗର ଦାୟିତ୍ବ ବଢିଥାଏ। ତେବେ ଖରା ଦିନେ ପ୍ରାକୃତିକ ଜଳସ୍ରୋତ ଗୁଡ଼ିକ ରେ ଜଳ ଅଭାଵ ଦେଖାଯାଉଥିବା ବେଳେ ଅଗ୍ନିଶମ ବିଭାଗ ଏହି ଜଳାଭାଵ କିପରି ଜଳର ଚାହିଦା ପୂରଣ କରୁଛି । ଏ ନେଇ ଫାୟାର ଷ୍ଟେସନରେ ପହଞ୍ଚି ସ୍ଥିତି ପରଖିଛି ଇଟିଭି ଭାରତ...

ଗ୍ରୀଷ୍ମରେ ଅଗ୍ନି ଦୁର୍ଘଟଣା ରୋକିବା ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ବିଭାଗ

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର । ପ୍ରତ୍ୟେକ ଦିନ ଘଟଣା ବହୁଳ ରହିଥାଏ ଏହି ସହର। ଆଉ ଖରା ଦିନେ ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ। ତେବେ ସମ୍ବଲପୁରରେ ଅଗ୍ନି ଦୁର୍ଘଟଣାର ମୁକାବିଲା ପାଇଁ ରହିଛି 11 ଟି ଫାୟାର ଷ୍ଟେସନ। ଅର୍ଥାତ ସମ୍ବଲପୁର ମହାନଗର ଓ 2 ଟି ଉପଖଣ୍ଡ ସହ 9 ଟି ଯାକ ବ୍ଲକରେ ରହିଛି 11 ଟି ଫାୟାର ଷ୍ଟେସନ। ପ୍ରତ୍ୟେକ ଫାୟାର ଷ୍ଟେସନରେ 6 ଜଣ ବିଶିଷ୍ଟ ଏକ ୟୁନିଟ ରହିଥିବାବେଳେ କୌଣସି ଅଘଟଣ ଘଟିଲେ 2ମିନିଟ ଭିତରେ ଘଟଣା ସ୍ଥଳ ଅଭିମୁଖେ ବାହାରିଯାନ୍ତି ଏମାନେ । ଟିମଟି ଅଫିସର ଇନଚାର୍ଜଙ୍କ ନିର୍ଦ୍ଦେଶରେ କାମ କରୁଥିବାବେଳେ ସେମାନେ ସାଥୀରେ ନେଇଥାଆନ୍ତି 5000 ଲିଟର ବିଶିଷ୍ଟ ଆଡଭାନ୍ସ ୱାଟର ଟେଣ୍ଡର । ପ୍ରଥମେ ଦମକଳ ଗାଡିର ସଂରକ୍ଷିତ ପାଣି ବ୍ୟବହାର ହେଉଥିବା ବେଳେ ଆବଶ୍ୟକ ପଡିଲେ ସାଥିରେ ଥିବା ପୋର୍ଟେବଲ ପମ୍ପ ସାହଯ୍ୟରେ ସ୍ଥାନୀୟ ଅଞ୍ଚଳର ଜଳାଶୟରୁ ପାଣି ଆଣି ଅଗ୍ନିକାଣ୍ଡର ମୁକାବିଲା କରାଯାଏ। ସେହିପରି ଗ୍ରାମାଞ୍ଚଳରେ ଥିବା ଫାୟାର ଷ୍ଟେସନ ରେ 500 ଲିଟର ବିଶିଷ୍ଟ ୱାଟର ମିଷ୍ଟ ମେସିନ,3000 ହଜାର ଲିଟର ବିଶିଷ୍ଟ 709 MFE ବା ମୋଟର ଫାୟାର ଇଞ୍ଜିନ ଓ 5000 ଲିଟର ବିଶିଷ୍ଟ ଆଡଭାନ୍ସ ୱାଟର ଟେଣ୍ଡର ମେସିନ ରହୁଛି।

ତେବେ ସମ୍ବଲପୁର ମହାନଗର ନିଗମରେ ଜଳର ଆବଶ୍ୟକତା ପାଇଁ ଫାୟାର ଷ୍ଟେସନ ଗୁଡିକୁ ଜନ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା 24 ଘଣ୍ଟା ଧରି ପାଣି ଯୋଗାଇ ଦିଆଯାଉଛି। ଏହା ସହ ବୋରୱେଲ ମଧ୍ୟ ରହିଛି । ବ୍ଲକରେ ଥିବା ଫାୟାର ଷ୍ଟେସନ ଗୁଡ଼ିକରେ ଜଳର ଚାହିଦା ମେଣ୍ଟାଇବା ପାଇଁ ସେମାନଙ୍କ ନିଜସ୍ବ ବୋରୱେଲ ରହିଛି। ତେଣୁ ପୂର୍ବାପେକ୍ଷା ସମ୍ବଲପୁର ଜିଲ୍ଲାର ଅଗ୍ନିଶମ ବିଭାଗ ଅଧିକ ପ୍ରଭାବଶାଳୀ ରହିଥିବା ସ୍ଥାନୀୟ ଲୋକ କହିଛନ୍ତି। ତେବେ ଏଠାରେ ହାଇଡ୍ରେଣ୍ଟର ବ୍ୟବସ୍ଥା ନାହିଁ । ଏହି ବ୍ୟବସ୍ଥା ବଡ ବଡ ସପିଙ୍ଗ ମଲ ଓ ଶିଳ୍ପ ଅନୁଷ୍ଠାନ ଗୁଡିକରେ ଆବଶ୍ୟକତା ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣାଙ୍କ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details