ଓଡିଶା

odisha

ETV Bharat / state

ପୁଣି କୁହୁଳିଲା ରାଗିଂ ନିଆଁ; ଭିସୁଟ ପରେ ଭୀମସାର ଛାତ୍ରଙ୍କୁ ରାଗିଂ ! - ଡିସିପ୍ଲିନାରୀ କମିଟି

ଭୀମସାର ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ଜଣେ ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ । ଦୁଇ ଛାତ୍ରଙ୍କ ବୟାନ ରେକର୍ଡ ପରେ ପ୍ରସଙ୍ଗକୁ ଡିସିପ୍ଲିନାରୀ କମିଟିକୁ ହସ୍ତାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Sep 6, 2019, 6:24 PM IST

ସମ୍ବଲପୁର: ଗତ କିଛିଦିନ ତଳେ ବୁର୍ଲା ଭିସୁଟ ଛାତ୍ରଙ୍କୁ ରାଗିଂ ପରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଅୟୁର୍ବିଜ୍ଞାନ ପ୍ରତିଷ୍ଠାନ ତଥା ଭୀମସାରରେ ଜଣେ ଡାକ୍ତରୀ ଛାତ୍ରଙ୍କୁ ପୁଣି ରାଗିଂ ଅଭିଯୋଗ । ଏମବିବିଏସର ଜଣେ ଜୁନିୟର ଛାତ୍ରଙ୍କୁ ଜଣେ ସିନିୟର ଛାତ୍ର ରାଗିଂ କରିଥିବା ମେଡିକାଲ କାଉନସିଲ ଅଫ ଇଣ୍ଡିଆରେ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ଏମବିବିଏସର ଜଣେ ଦ୍ଵିତୀୟ ବର୍ଷର ଛାତ୍ରକୁ ଜଣେ ଚତୁର୍ଥ ବର୍ଷର ଛାତ୍ର ମାଡ଼ ମାରିଥିବା ଜଣାପଡିଛି । କିଛିଦିନ ପୂର୍ବରୁ ମେଡିକାଲ କଲେଜ ପରିସର ବାହାରେ ଥିବା ଏକ ଢ଼ାବାରେ ଏହି ଚତୁର୍ଥ ଓ ଦ୍ଵିତୀୟ ବର୍ଷର ଛାତ୍ର ଦ୍ବୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ମାଡ଼ପିଟ ହୋଇଥିଲା । ଢ଼ାବାରୁ ଫେରିବା ପରେ ହଷ୍ଟେଲରେ ସିନିୟର ଛାତ୍ର ଜଣକ ଜୁନିୟର ଛାତ୍ରଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି ।

ଘଟଣାଟି ହଷ୍ଟେଲ ବାହାରେ ଘଟିଥିବା ବେଳେ ଦୁଇ ଛାତ୍ରଙ୍କ ବ୍ୟକ୍ତିଗତ କାରଣରୁ ହୋଇଛି ବୋଲି ଇନ୍‌ଚାର୍ଜ ଡ଼ିନ ବେଣୁଧର ପାଣ୍ଡେ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ଆଣ୍ଟି ରାଗିଂ କମିଟି ପାଖରେ ଉପସ୍ଥାପନ କରାଯିବା ସହ ଉଭୟ ଛାତ୍ରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ବୟାନ ରେକର୍ଡ ପରେ ଏହି ପ୍ରସଙ୍ଗକୁ ଡିସିପ୍ଲିନାରୀ କମିଟିକୁ ହସ୍ତାନ୍ତର କରାଯାଇଛି । ଆଗକୁ ଘଟଣାର ତର୍ଜମା କରି ଡିସିପିଲିନାରୀ କମିଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିନ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details