ଓଡିଶା

odisha

ସମ୍ବଲପୁରରେ ଆଉ ଏକ କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

By

Published : May 28, 2021, 3:01 PM IST

ସମ୍ବଲପୁର ହେବ ଆଉ ଏକ କୋଭିଡ ହସ୍ପିଟାଲ । ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ସମ୍ବଲପୁରରେଆଉ ଏକ କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ସମ୍ବଲପୁରରେଆଉ ଏକ କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସମ୍ବଲପୁର: ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ ହସ୍ପିଟାଲ । ସ୍ଥାନୀୟ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଭିଡ ହସ୍ପିଟାଲକୁ ଅନୁମୋଦନ କରିଛନ୍ତି । ଏନେଇ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ସମ୍ବଲପୁରରେ ଆଉ ଏକ କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ବିକାଶ ସିଟି ହସ୍ପିଟାଲ ଉକ୍ତ କୋଭିଡ ହସ୍ପିଟାଲର ପରିଚାଳନା ଦାୟିତ୍ୱରେ ରହିବ ଓ ଏମସିଏଲ ଏହାକୁ ଆର୍ଥିକ ସହାୟତା ଯୋଗାଇବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ହସ୍ପିଟାଲରେ 80ଟି ଏଚଡିୟୁ, 20ଟି ଆଇସିୟୁ, 10ଟି ଭେଣ୍ଟିଲେଟର ସୁବିଧା ରୋଗୀମାନଙ୍କ ପାଇଁ ରହିବ । ଏହାବ୍ୟତୀତ ସୁନ୍ଦରଗଡ଼ ବସୁନ୍ଧରା ଡିସିଏଚରେ 20ଟି ଏଚଡିୟୁ, 30ଟି ଆଇସିୟୁର ନୂତନ ସେଟଅପ୍ ସ୍ଥାପନ କରାଯିବ । ଅନ୍ୟପଟେ ତାଳଚେର ଡିସିଏଚ ହସ୍ପିଟାଲରେ ଆହୁରି 60ଟି ଅକ୍ସିଜେନ ବେଡ଼ ଓ 20ଟି ଆଇସିୟୁ ବେଡ଼ର ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଛନ୍ତି ।

ସମ୍ବଲପୁରରେ ଆଉ ଏକ କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details