ଓଡିଶା

odisha

ETV Bharat / state

ଆଜି ସମ୍ବଲପୁରରେ 54 କୋରୋନା ଆକ୍ରାନ୍ତ ଚିହ୍ନଟ - ସମ୍ବଲପୁରରେ କମିଛି କରୋନା ଆକ୍ରାନ୍ତ ସଂଖ୍ୟା

ସମ୍ବଲପୁର ଜିଲ୍ଲାରେ ଆଉ 54 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ମହାନଗର ନିଗମରେ ସର୍ବାଧିକ 40 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଅଧିକ ପଢ଼ନ୍ତୁ...

ସମ୍ବଲପୁରରେ ଆଉ 54 କୋରୋନା ଆକ୍ରାନ୍ତ ଚିହ୍ନଟ
ସମ୍ବଲପୁରରେ ଆଉ 54 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Oct 15, 2020, 8:10 PM IST

ସମ୍ବଲପୁର: ଆଜି (ଗୁରୁବାର) ସମ୍ବଲପୁରରେ 54 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମରେ ସର୍ବାଧିକ 40 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଧାନକଉଡ଼ାରୁ 4 ଜଣ, କୁଚିଣ୍ଡାରୁ 3ଜଣ, ରେଙ୍ଗାଲୀରୁ 2 ଜଣ, ଜମନକିରାରୁ 2 ଜଣ, ବାମରାରୁ 2ଜଣ ଓ ମାନେଶ୍ବରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ଟ୍ବିଟ କରି ସୂଚନା ଦେଇଛି। ଜିଲ୍ଲାର ଆକ୍ଟିଭ ସର୍ଭିଲାନ୍ସ ଟିମ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ବର୍ତ୍ତମାନ ସମ୍ବଲପୁରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 379କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 6 ହଜାର 451 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ 25 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁରରେ ମୋଟ 87.42 ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବଲପୁରରେ ଆଉ 54 କୋରୋନା ଆକ୍ରାନ୍ତ ଚିହ୍ନଟ

ଗତ 3 ଦିନ ମଧ୍ୟରେ ସମ୍ବଲପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ପୂର୍ବରୁ ଦୈନିକ 100ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହେଉଥିବାବେଳେ ବର୍ତ୍ତମାନ ଏହା କମିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସମ୍ବଲପୁର କୋଭିଡ ହସ୍ପିଟାଲରେ ଥିବା 200 ଶଯ୍ୟା ମଧ୍ୟରୁ ବର୍ତ୍ତମାନ 120 ଶଯ୍ୟାରେ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି। ସେହିପରି 643 ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details