ସମ୍ବଲପୁର: ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ। ପକ୍ଷୀ ଗଣନାରେ ବନ ବିଭାଗର ୩୮ଟି ଗ୍ରୁପ ସାମିଲ ହୋଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା ପ୍ରକ୍ରିୟା ଚାଲିବ ।
ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଚାଲିଛି। ଏହି ଗଣନା ପ୍ରକ୍ରିୟାରେ ବନ ବିଭାଗର ୩୮ଟି ଗ୍ରୁପ ସହ ପକ୍ଷୀ ବିଶେଷଜ୍ଞ ନିୟୋଜିତ ହୋଇଛନ୍ତି। ହୀରାକୁଦ ଜଳଭଣ୍ଡାରର ୫୩୩ ବର୍ଗକିମି ଅଞ୍ଚଳର ୧୫ଟି ସେକ୍ଟରରେ ପକ୍ଷୀ ଗଣନା କରାଯିବ। ଏଥିରେ ମୋଟ ୩୦ଟି ବୋଟ ନିୟୋଜିତ ହୋଇଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡିଶା ଛତିଶଗଡ଼ ସୀମାନ୍ତ ଅଞ୍ଚଳର ଅତିରିକ୍ତ ୩୮ ବର୍ଗକିମି ଅଞ୍ଚଳରେ ପକ୍ଷୀ ଗଣନା ହେଉଛି। ଏନେଇ ସୂଚନା ଦେଇଛନ୍ତି।