ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରରେ ଗତ 8 ତାରିଖ ଦିନ ହୋଇଥିଲା ପକ୍ଷୀ ଗଣନା । ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ 113 ପ୍ରଜାତିର ପ୍ରାୟ 3 ଲକ୍ଷ 42 ହଜାର ପକ୍ଷୀ ଆସିଥିବା ନେଇ ସୂଚନା ମିଳିଛି । ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡ଼ିଏଫଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ନେଇ ସୂଚନା ଦେଇଛନ୍ତି । ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, "ଗତବର୍ଷ 108 ପ୍ରଜାତିର 3 ଲକ୍ଷ 16 ହଜାର ସଂଖ୍ୟକ ପକ୍ଷୀ ଆସିଥିଲେ l ଚଳିତ ବର୍ଷ ଗତବର୍ଷ ଅପେକ୍ଷା 26 ହଜାର ଅଧିକ ପକ୍ଷୀ ଆସିଛନ୍ତି ।"
ତେବେ ଚଳିତ ବର୍ଷ ଆସିଥିବା ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛନ୍ତି 'ଟପଟେଡ଼ ଡକ୍' । ଏହି ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା 50 ହଜାର ରହିଥିବାବେଳେ 'ଲେଜର ହୁଇସଲିଙ୍ଗ ଡକ' ଓ 'ରେଡ୍ କ୍ରେଷ୍ଟେଡ଼ ପୋଚାର୍ଡ' 30 ରୁ 40 ହଜାର ସଂଖ୍ୟକ ଆସିଛନ୍ତି । ଏହି ସବୁ ପକ୍ଷୀ ସାଇବେରିଆ, ଋଷିଆ, ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଅଞ୍ଚଳରୁ ଆସିଥିବାବେଳେ କେତେକ ସ୍ଥାନୀୟ ପକ୍ଷୀ ମଧ୍ୟ ଅଛନ୍ତି । ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ପକ୍ଷୀମାନେ ହୀରାକୁଦ ଜଳଭଣ୍ଡାରରେ ରହିଥାନ୍ତି ।
ଏହା ମଧ୍ୟ ପଢନ୍ତୁ...ମାଲକାନଗିରିରେ ପକ୍ଷୀ ଗଣନା ଶେଷ; ୫୫ ପ୍ରଜାତିର ପକ୍ଷୀ ଠାବ