ସମ୍ବଲପୁର:ବୁର୍ଲା ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଯୁବକଙ୍କୁ ହତ୍ୟା କରିବା ପରେ ଥାନା ସମ୍ମୁଖରେ ଉଲଗ୍ନ ମୃତଦେହ ଫିଙ୍ଗିଲେ ଦୁର୍ବୃତ୍ତ । ଆଜି ସକାଳେ ସମ୍ବଲପୁରରୁ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ସକାଳ ପ୍ରାୟ ୮ଟା ସମୟରେ ବୁର୍ଲା ଥାନା ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରୁ ଜଣେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ମୃତକ ସମ୍ବଲପୁର ବିଶ୍ଵବିଦ୍ୟାଳୟ ନିକଟ ବସନ୍ତବିହାର ଅଞ୍ଚଳର ରାମ ମେହେର । ତାଙ୍କୁ ପ୍ରଥମେ ଅପହରଣ ପରେ ଅକଥନୀୟ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଜଣାପଡିଛି ।
ଯୁବକଙ୍କୁ ହତ୍ୟା କରି ଥାନା ସାମ୍ନାରେ ଫିଙ୍ଗିଲେ ଦୁର୍ବୃତ୍ତ - ସମ୍ବଲପୁରରେ ଯୁବକଙ୍କ ଅପହରଣ ପରେ ହତ୍ୟା
ସମ୍ବଲପୁରରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରି ଥାନା ସାମ୍ନାରେ ଫିଙ୍ଗିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ
ଏହାମଧ୍ୟ ପଢନ୍ତୁ: ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ
ସୂଚନା ମୁତାବକ, ଆଜି ସକାଳେ ଦୁର୍ବୃତ୍ତମାନେ ଏକ ବାଇକ ଯୋଗେ ଆସି ଥାନା ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରେ ମୃତଦେହ ଫିଙ୍ଗିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ମୃତ ଯୁବକଙ୍କ ଉଭୟ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାର ଡାହାଣ ଗୋଡ଼ର ନଖଗୁଡିକୁ ଓପାଡି ଦିଆଯାଇଥିବା ଦେଖିବାକୁ ମିଳିଛି । କେଉଁମାନେ ଯୁବକଙ୍କୁ ଅପହରଣ କରି ହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ତେବେ ସ୍ପଷ୍ଟ ଦିବାଲୋକରେ ଅପରାଧୀଙ୍କ ଏଭଳି ବର୍ବର କାଣ୍ଡ ଏବେ ସମସ୍ତଙ୍କୁ ଚକିତ କରିଛି । ଏନେଇ ବୁର୍ଲା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଭୁବନେଶ୍ବର