ସମ୍ବଲପୁର:ପୁଣି ବୋରୱେଲ ଭିତରେ ଜୀବନ । ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତକକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ଏନେଇ ଜାଣିଲା ପରେ ଅଗ୍ନିଶମ ବାହିନୀ, ପୋଲିସ, ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବୋରୱେଲ ଭିତରୁ ନବଜାତର କ୍ରନ୍ଦନ ସ୍ବର ଶୁଭିଥିବା ବେଳେ ଡାକ୍ତର ଓ ଉଦ୍ଧାରକାରୀ ଟିମ ପହଞ୍ଚି ନବଜାତକୁ ଅକ୍ସିଜେନ ଦେଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ବୋରୱେଲ ଭିତରେ ପଡ଼ିଥିବା ନବଜାତକଟି କାନ୍ଦୁଥିବା ଜଣାପଡ଼ିଛି । ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି । ସ୍ଥାନୀୟ ଲୋକ ଓ ବିଡ଼ିଓଙ୍କ ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ ମହିଳାମାନେ ଜଙ୍ଗଲକୁ କିଛି ଜଙ୍ଗଲ ଜାତ ଦ୍ରବ୍ୟ ଆଣିବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରୁଣା ପରିତ୍ୟକ୍ତ ବୋରୱେଲ ଗାତ ଭିତରୁ ଏକ ଶିଶୁର କାନ୍ଦିବାର ଶବ୍ଦ ଶୁଣିଥିଲେ । ଏହା ପରେ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନ ଓ ରେଙ୍ଗାଲି ଥାନାକୁ ଅବଗତ କରିଥିଲେ । ଏହା ପରେ ଘଟଣା ସ୍ଥଳକୁ ରେଙ୍ଗାଲି ବିଡ଼ିଓ, ସ୍ଥାନୀୟ ଥାନା ଅଧିକାରୀ, ତହସିଲଦାର ନିଜେ ଆସିବା ସହ ଅଗ୍ନିଶମ ବିଭାଗର ଟିମ, ସ୍ୱାସ୍ଥ୍ୟ ବିଭାଗର ଟିମ, ସ୍ଥାନୀୟ କଳ କାରଖାନାର ଉଦ୍ଧାରକରୀ ଦଳ ଆସି ପହଞ୍ଚିଥିଲେ ।
ଏହା ବି ପଢନ୍ତୁ- Bihar Borewell Tragedy: ସାମ୍ନାକୁ ଆସିଲା ଚିତ୍ର, ଅଣ୍ଟାଏ ପାଣିରେ ଫସିଛି ଶିବମ