ସମ୍ବଲପୁର: ଜଣେ ନାବାଳିକାଙ୍କୁ ଚାକିରି ଦେବା ନାଁରେ ସହରକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସମ୍ବଲପୁର ଜିଲ୍ଲାର ଧମା ଥାନା ଅଞ୍ଚଳର ଜଣେ ଦଳିତ ନାବାଳିକାଙ୍କୁ କିଛି ଦିନ ତଳେ ତାଙ୍କ ଗାଁର ଜଣେ ବ୍ୟକ୍ତି ଓ ଜଣେ ଯୁବତୀ ସମ୍ବଲପୁର ସହରକୁ ଚାକିରି କରେଇ ଦେବା ନାଁରେ ଆଣିଥିଲେ ।ଏହା ପରେ ସେହି ନାବାଳିକାଙ୍କୁ ସମ୍ବଲପୁର ସହର ଟାଉନ ଥାନା ଅଞ୍ଚଳରେ ଏକ ପରିତ୍ୟକ୍ତ କୋଠରୀରେ 4 ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନିଜେ ପୀଡିତା ।
ନାବାଳିକାକୁ ଚାକିରି ନାଁରେ ଗଣଦୁଷ୍କର୍ମ ଅଭିଯୋଗ
ସମ୍ବଲପୁରରେ ଜଣେ ନାବାଳିକାଙ୍କୁ ଚାକିରି ଦେବା ନାଁରେ ସହରକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ଏହା ପରେ ଘଟଣା ବିଷୟରେ କାହାକୁ ବି କହିଲେ ଜୀବନରୁ ମାରି ଦିଆଯିବ ବୋଲି ନାବାଳିକାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି ।ତେବେ ନାବାଳିକାଙ୍କ ପରିବାର ଏନେଇ ଧମା ଥାନାରେ ଏତଲା ଦେବା ପରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଏହି ଘଟଣାରେ ଅନ୍ୟ 5ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରୁନଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିଵାର । ଏପରିକି କିଛି ଦିନତଳେ ରାତ୍ରୀ ସମୟରେ ପୀଡ଼ିତା ନାବାଳିକା ଘରୁ ବାହାରକୁ ଆସିଥିବା ବେଳେ କିଛି ତାଙ୍କୁ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଘଟଣାରେ ଜଣେ ଅଭିଯୁକ୍ତ ହିଁ ଥିଲେ ଓ ମୁଖ୍ୟ ତାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ପୋଲିସ କହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ