ସମ୍ବଲପୁର: ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ବୁଣ୍ଡୁକାମାଲ ଗ୍ରାମର ଚିନ୍ତାମଣି ନାଏକ(୫୦)ଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ନଭେମ୍ବର ୧୭ ତାରିଖ ସନ୍ଧ୍ୟାରେ ଅସୁସ୍ଥତା ଯୋଗୁଁ ପରିବାର ଓ ଗ୍ରାମବାସୀ ଗଡପୋଷ ଡାକ୍ତରଖାନାକୁ ନେବାପରେ ତାଙ୍କର ମୄତ୍ୟୁ ହୋଇଥିଲା । ଏହାପରଦିନ ପରିବାର ଓ ଗ୍ରାମର କିଛି ଲୋକ ଅନ୍ତିମସଂସ୍କାର କରି ତାଙ୍କ ମୃତଦେହକୁ ପୋତି ଦେଇଥିଲେ ।
ଅନ୍ତିମସଂସ୍କାର ପରେ ହତ୍ୟା ଅଭିଯୋଗ, ମାଟିତଳୁ ଖୋଳା ହେଲା ମୃତଦେହ - ସମ୍ବଲପୁର
ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ବୁଣ୍ଡୁକାମାଲ ଗ୍ରାମର ଚିନ୍ତାମଣି ନାଏକ(୫୦)ଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
ଅନ୍ତିମସଂସ୍କାର ପରେ ହତ୍ୟା ଅଭିଯୋଗ, ମାଟିତଳୁ ଖୋଳା ହେଲା ମୃତଦେହ
ଏହାର 2 ଦିନ ପରେ ମୃତ ବ୍ୟକ୍ତିଙ୍କ ବେକରେ କଳାଦାଗର ଆଘାତ ରହି ଥିବାର ଏକ ଫଟୋ ଭାଇରାଲ ହୋଇଥିଲା । ଫଟୋକୁ ନେଇ ଗ୍ରାମବାସୀ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏକ ଅପମୄତ୍ୟୁ ମାମଲା ରୁଜୁ କରି ଶନିବାର ମାଜିଷ୍ଟ୍ରେଟ, ପୋଲିସ, ପରିବାର ଲୋକ ସହ ଗ୍ରାମବାସୀଙ୍କ ଉପସ୍ଥିତରେ ମାଟି ଖୋଳି ମୃତଦେହକୁ ଉଦ୍ଧାର କରାଯାଇଛି ।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ