ସମ୍ବଲପୁର: ସଦର ଥାନାରେ ଜଣେ ନାବାଳକକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ନାବାଳକକୁ ସ୍ଥାନୀୟ ଲୋକେ ସଦର ଥାନା ପୋଲିସକୁ ଜିମା ଦେଇ ଥିବାବେଳେ ପୋଲିସ ତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ନାବାଳକକୁ ଚାଇଲ୍ଡ ଲାଇନ ଥାନାରୁ ଉଦ୍ଧାର କରି CWC(Child Welfare Committee)ରେ ହାଜର କରିବା ପରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।
ଥାନାରେ ନାବାଳକକୁ ମାଡ଼ ଅଭିଯୋଗ ! କାର୍ଯ୍ୟାନୁଷ୍ଠାନ ଦାବି କଲା CWC - ପୋଲିସ ନାବାଳକକୁ ଥାନାରେ 6 ଦିନ ରଖି 2 ଦିନ ମାଡ଼ ମାରିଥିବା ଅଭିଯୋଗ
ସମ୍ବଲପୁର ସଦର ଥାନାରେ ଜଣେ ନାବାଳକକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲା ଶିଶୁ ସୁରକ୍ଷା ବିଭାଗ(CWC) । ଅଧିକ ପଢନ୍ତୁ
ତେବେ CWC ପକ୍ଷରୁ ନାବାଳକକୁ ପଚରାଉଚରା ସମୟରେ ସଦର ପୋଲିସ ପାଇପରେ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି । ସଦର ଥାନାର ଜଣେ ମହିଳା ଅଧିକାରୀ ନାବାଳକକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ନାବାଳକର ଘର ଝାଡଖଣ୍ଡ ସାହେବଗଞ୍ଜ ହୋଇଥିବା ବେଳେ ସେ ସମ୍ବଲପୁର ସ୍ଥିତ ମାମୁଁ ଘରକୁ ଗତ 27 ତାରିଖରେ ଆସୁଥିଲେ ।
ସଦର ଥାନା ସିନ୍ଦୁରପଙ୍କ ଛକ ଠାରେ ପାଣି ଆଣିବା ପାଇଁ ବସରୁ ଓହ୍ଲାଇ ଥିଲେ । ଏହି ସମୟରେ ବସଟି ତାଙ୍କୁ ଛାଡି ଚାଲି ଯାଇଥିଲା । ଏଭଳି ସ୍ଥିତିରେ ନାବାଳକ ଜଣକ ସେଠାରେ ଇତସ୍ତତଃ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସଦର ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଥାନାରେ ତାଙ୍କୁ ପୋଲିସ 6 ଦିନ ଧରି ରଖି ଥିବାବେଳେ 2 ଦିନ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ CWC ସଦସ୍ୟ ସମ୍ବଲପୁର ଏସପିଙ୍କୁ ଭେଟି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି କହିଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ସମ୍ବଲପୁର ଏସପି ।
ଇଟିଭି ଭାରତ, ସମ୍ବଲପୁର