ସମ୍ବଲପୁର: ଗ୍ରାହକଙ୍କ ଜମା ଟଙ୍କା ଖାଇଗଲେ ନିଜେ ପୋଷ୍ଟମାଷ୍ଟର । ଏମିତି ଅଭିଯୋଗ ଆସିଛି ଜିଲ୍ଲାର ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ଗୌତମ ଧଳଙ୍କ ନାଁରେ । ଏନେଇ କିଛି ସ୍ଥାନୀୟ ବାସିନ୍ଦା ସମ୍ବଲପୁର ଡାକଘର ଅଧୀକ୍ଷକଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି।
ଜିଲ୍ଲାର ଦନ୍ତାରିବାହାଲ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଜମାଖାତା ଖୋଲି ଜମା କରୁଥିବା ଟଙ୍କାକୁ ନିଜେ ପୋଷ୍ଟମାଷ୍ଟର ଆତ୍ମସାତ କରୁଥିବା ଅଭିଯୋଗ କାରିଛନ୍ତି ସ୍ଥାନୀୟ ଲୋକେ । ଏମିତି ପାଖାପାଖି 100 ଜଣ ଜମାକାରୀଙ୍କ ଲକ୍ଷ ଲକ୍ଷ ଜମା ଟଙ୍କା ପୋଷ୍ଟ ମାଷ୍ଟର ଗୌତମ ଧଳ ଆତ୍ମସାତ କରିବା ସହ ଜମାକାରୀଙ୍କୁ ଜମାଖାତା ଦେଉନଥିବା ଅଭିଯୋଗ ହୋଇଛି।
ଗ୍ରାହକଙ୍କ ଜମା ଟଙ୍କା ଚଳୁ କରିଦେଲେ ପୋଷ୍ଟମାଷ୍ଟର ଜମାକାରୀଙ୍କୁ କେବଳ ରସିଦ ଦିଆଯାଉଛି ତେବେ ଜମାଖାତା ମାଗିଲେ ପୋଷ୍ଟମାଷ୍ଟର ହତ୍ୟା ଧମକ ଦେଉଥିବା ଗାଁ ଲୋକେ କହିଛନ୍ତି । ଏହି ଅନିୟମିତତା ନେଇ ପୂର୍ବରୁ ସ୍ଥାନୀୟ ଇନସ୍ପେକ୍ଟର ଓ ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ କରାଯାଇଛି । ସମ୍ପୃକ୍ତ ପୋଷ୍ଟମାଷ୍ଟର ଗୌତମ ଧଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଲୋକେ କହିଛନ୍ତି ।
ଅନ୍ୟପଟେ ଏହି ଲିଖିତ ଅଭିଯୋଗ ପାଇବା ପରେ ସମ୍ବଲପୁର ପୋଷ୍ଟାଲ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ଘଟଣା ର ତଦନ୍ତ ହେବ, ଅନିୟମିତତା ପ୍ରମାଣିତ ହେଲେ ଉପଯୁକ୍ତ ପଦକ୍ଷେପ ନିଆଯିବ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ