ସମ୍ବଲପୁର : ଚଳିତ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଶେଷ ଦିନ । ଆଜି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ କରିଛନ୍ତି 3 ପ୍ରମୁଖ ଦଳ। ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାବେଳେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପୌର ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଏଠାରେ 13 ଟି ୱାର୍ଡ ଥିବାବେଳେ ବିଜେଡି ଓ ବିଜେପି ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଛନ୍ତି। ତେବେ କଂଗ୍ରେସ କେବଳ ପୌର ଅଧ୍ୟକ୍ଷ ଓ 2ଟି ୱାର୍ଡ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ଆମ ଆଦମୀ ପାର୍ଟି କେବଳ ଗୋଟିଏ ୱାର୍ଡ ପାଇଁ ପ୍ରାର୍ଥୀ ଦେଇଛି । ଆଜିର ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ସ୍ଥାନୀୟ ବିଧାୟକ ଇଂ ରୋହିତ ପୂଜାରୀ, ବିଜେପି ବିଧାୟକ ନାଉରୀ ନାଏକ ପରି ପ୍ରମୁଖ ନେତା ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସହ ଉପସ୍ଥିତ ରହିଥିଲେ।
ଏହାବି ପଢନ୍ତୁ :ପୌର ଫାଇଟ: ବିନା କୋଭିଡ କଟକଣାରେ ଏଥର ପୌର ନିର୍ବାଚନ