ଓଡିଶା

odisha

ETV Bharat / state

Panchayat Takkar: ସମ୍ବଲପୁରରେ ବିଜେଡି ନେତାଙ୍କ ମେଳି, ଶ୍ରମ ମନ୍ତ୍ରୀଙ୍କ କାନ୍ଧରେ ଗୁରୁଦାୟିତ୍ବ - ସମ୍ବଲପୁରରେ ବିଜେଡି ନେତା

ସମ୍ବଲପୁରରେ ବରିଷ୍ଠ ବିଜେଡି ନେତାଙ୍କ ମେଳି । ନିର୍ବାଚନ ପାଖଉ ଥିବାବେଳେ ଦଳର ଅନ୍ତକନ୍ଦଳକୁ ସମାଧାନ ପାଇଁ ମୈଦନରେ ବୁଲୁଛନ୍ତି ତୁଙ୍ଗ ନେତା । ଅଧିକ ପଢନ୍ତୁ

Panchayat Takkar: ସମ୍ବଲପୁରରେ ବିଜେଡି ନେତାଙ୍କ ମେଳି, ଶ୍ରମମନ୍ତ୍ରୀଙ୍କ କାନ୍ଧରେ ଗୁରୁଦାୟିତ୍ବ
Panchayat Takkar: ସମ୍ବଲପୁରରେ ବିଜେଡି ନେତାଙ୍କ ମେଳି, ଶ୍ରମମନ୍ତ୍ରୀଙ୍କ କାନ୍ଧରେ ଗୁରୁଦାୟିତ୍ବ

By

Published : Feb 10, 2022, 12:11 PM IST

ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ପାଇଁ ସମ୍ବଲପୁରରେ ବିଜେଡି ନେତାଙ୍କ ମେଳି । ନିର୍ବାଚନ ତାରିଖ ପାଖେଇବା ସହ ଜିଲ୍ଲାକୁ ଛୁଟୁଛନ୍ତି ଟାଣୁଆ ବିଜେଡି ନେତା । ଗତଥର ପଞ୍ଚାୟତ ନିର୍ବାଚନରେ ବିଜେପି ବାଜିମାତ୍ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଦି ହାତେଇଥିଲା । ହେଲେ ଏଥର ବିରୋଧି ଦଳର ଶିଥିଳତା ଯୋଗୁଁ ବାଜି ପଲଟାଇବା ପାଇଁ କଳବଳ ଲଗାଇଛି ବିଜେଡି । ଏଥିପାଇଁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସମ୍ବଲପୁର ଜିଲ୍ଲାର ଗୁରୁଦାୟିତ୍ୱ ଦେଇଛି ଦଳ ।

Panchayat Takkar: ସମ୍ବଲପୁରରେ ବିଜେଡି ନେତାଙ୍କ ମେଳି, ଶ୍ରମମନ୍ତ୍ରୀଙ୍କ କାନ୍ଧରେ ଗୁରୁଦାୟିତ୍ବ

ବିଗତ ଦିନରେ ସମ୍ବଲପୁରରେ ବିଜେଡି ଅନ୍ତଃକନ୍ଦଳ ଖୁବ୍ ଚର୍ଚ୍ଚାରେ ଥିଲା । ଦଳୀୟ କର୍ମୀ ଏକଜୁଟ୍ ହୋଇ ନିର୍ବାଚନ ଲଢୁ ନଥିବା ଘଟଣା ପଦାକୁ ଆସିବା ପରେ ଦଳକୁ ସଙ୍ଗଠିତ କରିବା ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ବିଭିନ୍ନ ସ୍ଥାନରେ କର୍ମୀଙ୍କ ସହ ବୈଠକ ଓ ଆଲୋଚନା କରିଛନ୍ତି । ସମ୍ବଲପୁରର ବିଶାଳ ଖିଣ୍ଡା ଓ ଲୋଧାମାଲ ଛକରେ ତଳ ସ୍ତରର ବିଜେଡି କାର୍ଯ୍ୟକର୍ତ୍ତା ଓ ନେତାଙ୍କ ସହ ପ୍ରଣବ ଆଲୋଚନା କରିଥିବାର ଦେଖାଯାଇଛି । ଏହି ସମୟରେ ସମ୍ବଲପୁର ଜିଲ୍ଲା ପାଇଁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସମେତ ବହୁ ସ୍ଥାନୀୟ ନେତା କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।

ମୁଖ୍ୟତଃ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ଏକଜୁଟ କରିବାକୁ ବୈଠକ କରାଯାଇଛି । ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ନବ କିଶୋର ଦାସ, ରୋହିତ ପୂଜାରୀ ଗୋଟିଏ ସ୍ଥାନରେ ଉପସ୍ଥିତ ରହି କର୍ମୀଙ୍କ ସହ ଆଲୋଚନା କରି ଦଳୀୟ କର୍ମୀଙ୍କ ମଧ୍ୟରେ ସୃଷ୍ଟ ଫାଟର ମରାମତି କରିଛନ୍ତି । ଏହାକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ବି ଉତ୍ସାହ ଦେଖାଯାଇଛି ।

ଉଭୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଶ୍ରମମନ୍ତ୍ରୀ ଚଳିତ ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ବିଜେଡି ସବୁଠୁ ଅଧିକ ସିଟ୍ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଚଳିତ ନିର୍ବାଚନରେ ପୂର୍ବାପେକ୍ଷା କଂଗ୍ରେସ ଅଧିକ ସକ୍ରିୟ ଥିବାରୁ ଏହା ବିଜେଡିକୁ ସୁହାଇବ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ । ତେବେ ଶାସକ ଦଳ କେତେ ଦୃଢ଼ତାର ସହ ପଞ୍ଚାୟତ ମୈଦାନରେ ମୁକାବିଲା କରିବ ତାହା ଫଳାଫଳ କହିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details