ସମ୍ବଲପୁର: ଜିଲ୍ଲା କଂଗ୍ରେସ କିମିଟି ପକ୍ଷରୁ ଅଗ୍ନିପଥ ଯୋଜନା ବିରୋଧରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ ଏହି ସତ୍ୟାଗ୍ରହ କରାଯାଇଥିଲା । ଏହି ଯୋଜନା ଦ୍ବାରା ଅନେକ ଯୁବକଙ୍କର ଭବିଷ୍ୟତ ଅନ୍ଧାରକୁ ଚାଲିଯିବ କଂଗ୍ରେସ କହିଛି । ତେଣୁ ଏହି ଯୋଜନାକୁ ପ୍ରତ୍ୟାହାର କରାଯାଉ ବୋଲି କଂଗ୍ରେସ ଦାବି କରିଛି ।
ଅଗ୍ନିପଥ ଯୋଜନାକୁ ନେଇ ସମ୍ବଲପୁରରେ କଂଗ୍ରେସର ସତ୍ୟାଗ୍ରହ
ଜିଲ୍ଲା କଂଗ୍ରେସ କିମିଟି ପକ୍ଷରୁ ଅଗ୍ନିପଥ ଯୋଜନା ବିରୋଧରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ ଏହି ସତ୍ୟାଗ୍ରହ କରାଯାଇଥିଲା । ଅଧିକ ପଢନ୍ତୁ
ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ହିଂସାତ୍ମକ ନିଆଁ ଜଳିଥିଲା । କେନ୍ଦ୍ର ସରକାରଙ୍କର ନୂତନ ଅଗ୍ନିପଥ ଯୋଜନାକୁ ତ୍ରୁଟିପୂର୍ଣ୍ଣ ବୋଲି ବିରୋଧ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ । ଏନେଇ ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଥିଲା । ଏହାର ନେତୃତ୍ବ ନେଇଥିଲେ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁ । ଏହି ଯୋଜନା ଦ୍ବାରା ହଜାର ହଜାର ଯୁବକଙ୍କର ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି ଅଭିଯୋଗ କରିଛି କଂଗ୍ରେସ ।
ବିରୋଧୀ ଦଳଙ୍କ ସହ ଆଲୋଚନା ନକରି କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରତିବାଦ ହୋଇଥିଲା । ତେଣୁ ଏହି ଯୋଜନାକୁ ପ୍ରତ୍ୟାହାର କରାଯାଉ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁ କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର
TAGGED:
sambalpur news