ଓଡିଶା

odisha

ETV Bharat / state

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ: ବଜରଙ୍ଗ ଦଳ ରାଷ୍ଟ୍ରୀୟ ସଂଯୋଜକ

ସମ୍ବଲପୁରରେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ନିରଜ ଦୌନେରିଆ । ସମ୍ବଲପୁରରେ ଗତ ହନୁମାନ ଜୟନ୍ତୀ ସମୟରେ ହୋଇଥିବା ହିଂସା ପାଇଁ ସେ ଜିଲ୍ଲା ପ୍ରଶାସନର ଅବହେଳାକୁ କରିଛନ୍ତି ଦାୟୀ ।

ସମ୍ବଲପୁରରେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ନିରଜ ଦୌନେରିଆ
ସମ୍ବଲପୁରରେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ନିରଜ ଦୌନେରିଆ

By

Published : Jun 11, 2023, 7:29 AM IST

ସମ୍ବଲପୁରରେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ନିରଜ ଦୌନେରିଆ

ସମ୍ବଲପୁର:ସମ୍ବଲପୁରରେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ନିରଜ ଦୌନେରିଆ । ସେ ସମ୍ବଲପୁର ଗସ୍ତରେ ଆସି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ ବଜରଙ୍ଗ ଦଳର ବିଭିନ୍ନ କାର୍ଯ୍ୟସୂଚି ବିଷୟରେ ଉଲ୍ଲେଖ କରିଥିଲେ । ଏହାସହ ଗତ ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥର ମାଡ଼ ଓ ପରବର୍ତ୍ତୀ ହିଂସା ପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ।

ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ନିରଜ ଦୌନେରିଆ କହିଛନ୍ତି,‘‘ଗତ ଏପ୍ରିଲ 12 ତାରିଖରେ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରାରେ ଯେଉଁ ଅସାମାଜିକ ତତ୍ୱମାନେ ପଥର ମାଡ଼ କରି ଦେଶ ବିରୋଧୀ ନାରା ଦେଇଥିଲେ । ସେହିମାନଙ୍କ ବିରୁଦ୍ଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ ପରବର୍ତ୍ତୀ ସମୟରେ ହିଂସା ହୋଇନଥାନ୍ତା । ଜିଲ୍ଲା ପ୍ରଶାସନର ଏହି ଅବହେଳା ଯୋଗୁଁ ହିଂସାର କରୁଣ ପରିଣତି ଦେଖିବାକୁ ମିଳିଛି । ସମ୍ବଲପୁରରେ ବହୁ ଦିନରୁ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହୋଇ ଆସୁଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ଏହି ଭଳି ଅଶାନ୍ତି ସୃଷ୍ଟି କରାଯାଇଥିଲା । ହିଂସା ଘଟାଇଥିବା ଲୋକଙ୍କୁ ଧରିବା ସହ ତାଙ୍କ ଜମି ଉଚ୍ଛେଦ କରିବା ବଦଳରେ ଓଲଟା କିଛି ସାଧାରଣ ଲୋକଙ୍କ ଘର ଉଚ୍ଛେଦ କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନର ପାତର ଅନ୍ତର ନୀତି ଯୋଗୁଁ ହିନ୍ଦୁ ସମାଜ ମନ ଭିତରେ ଆକ୍ରୋଶ ରହିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନର ଏହିଭଳି ନୀତି ଜାରି ରହିଲେ ଆଗକୁ ବଜରଙ୍ଗ ଦଳ ଆନ୍ଦୋଳନ କରିପାରେ ବୋଲି ଚେତାବନୀ ଦେଇଛନ୍ତି ।’’

ଅଧିକ ପଢ଼ନ୍ତୁ:ମଧ୍ୟ ପ୍ରଦେଶରେ କଂଗ୍ରେସ କାର୍ଯ୍ୟାଳୟ ଭାଙ୍ଗିଲେ ବଜରଙ୍ଗ ଦଳ କର୍ମୀ

ସେ ଆହୁରୀ ମଧ୍ୟ କହିଛନ୍ତି, ଲଭ-ଜିହାଦକୁ ରୋକିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ଗୋ-ହତ୍ୟା କରାଯାଉଛି ତାକୁ ରୋକିବା ପାଇଁ କେନ୍ଦ୍ରୀୟ କାନୁନ ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ହିନ୍ଦୁ ଯୁବକ ମାନଙ୍କ ଶାରୀରିକ, ମାନସିକ ଦକ୍ଷତା ବିକାଶ ସହ ସେମାନଙ୍କୁ ସାହସୀ ଓ ରାଷ୍ଟ୍ରବାଦୀ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ଶୋର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଚଲିଛି । ବର୍ତ୍ତମାନ ଦେଶର ସ୍ଥିତିକୁ ଦେଖି ସରକାରଙ୍କ ଅଧୀନରେ ଥିବା 4 ଲକ୍ଷ ମନ୍ଦିର ଗୁଡିକୁ ସରକାରୀ ନିୟନ୍ତ୍ରଣର ମୁକ୍ତ କରିବା, ଦେଶରେ ସମାନ ନାଗରିକ ଆଇନ ଲାଗୁ କରିବା, ଜନ ସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବା ଓ ଭାରତରେ ଧର୍ମାନ୍ତୀକରଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ବଜରଙ୍ଗ ଦଳ ଦାବି କରିଛି।’’

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details